ମନୁଷ୍ୟଙ୍କୁ ଆସୁ ଦିବ୍ୟଜ୍ଞାନ
ମନୁଷ୍ୟଙ୍କୁ ଆସୁ ଦିବ୍ୟଜ୍ଞାନ
ସୃଷ୍ଟି ବ୍ରହ୍ମାଣ୍ଡରେ ପୃଥିବୀ ତାହାର
ମାତ୍ର ରେଣୁସମ,
ଆତଯାତ କୋଟିକୋଟି ମନୁଷ୍ୟ
ପରା କୀଟସମ ।
କିନ୍ତୁ ଅଲୌକିକ ଆସ୍ପର୍ଦ୍ଧା ହୁଏ ସାମାନ୍ୟ
ଏ ମନୁଷ୍ୟର
ଭାବିଥାଏ ନିଜକୁ କେନ୍ଦ୍ରବିନ୍ଦୁ ସମଗ୍ର
ସୌରଜଗତର ।
ଏହା ନୂହେଁ ତ ଅଧିକାର, କିନ୍ତୁ ଖାଲି
ମନର ବିକାର
ଲାଗେ ତାକୁ ବ୍ରହ୍ମା, ଏ ନୂହେଁ କି ପ୍ରଳାପ
ବାତୁଳାମିର ।
ପ୍ରକୃତି ସହ ଖେଳି ନିଜ ସହ ଅନ୍ୟଙ୍କୁ
ନେଇ ବୁଡ଼ନ୍ତି,
ପ୍ରକୃତି ପରା ସାଜୁଛି ଶ୍ମଶାନ, ଧ୍ୱଂସକୁ
ଡାକିଣ ଥାନ୍ତି ।
ଏ କି ବୃଥା ଆସ୍ଫାଳନ ଏବଂ ମିଥ୍ୟା
ଅହମିକାପଣ
ବାଣ୍ଟୁଥିବା ଏହି ଭାବ ମନୁଷ୍ୟଙ୍କୁ,
ଆସୁ ଦିବ୍ୟଜ୍ଞାନ ।
