ମନର କ୍ଷତ ଶୁଖେନା
ମନର କ୍ଷତ ଶୁଖେନା
ଜୀବନ ପାଇଛେ ଦିନେ ମିଶି ଯିବା
ଏଇ ମାଟିରେ
ସମୟର ସହ ତାଳ ଦେଇ ଚାଲିବା
ପଥ ଆଗ୍ରହରେ ।
ଏ ମଧ୍ୟବର୍ତ୍ତୀ ଅବସ୍ଥାରେ ନୟନେ ଭରେ
ସୁଖ ଦର୍ଶନର ତୃଷା
ମାୟା, ମୋହ ଓ ଭୋଗର ସଂସାରରେ
ଅପୂର୍ଣ୍ଣ ରହେ କିଛି ଆଶା ।
ସମୟ ଚାଲିଛି, ଅତୀତ, ବର୍ତ୍ତମାନ
ଓ ଭବିଷ୍ୟତ,
ବର୍ତ୍ତମାନ ଗଢ଼େ ଅତୀତ ଭିତ୍ତିରେ
ସ୍ବପ୍ନର ଇମାରତ ।
ଶରୀରର କ୍ଷତ ପୁରି ଯାଏ ସିନା
ମନର କ୍ଷତ ଶୁଖେନା
ଅତୀତର କ୍ଷତ ହୃଦୟେ ବାନ୍ଧି ହୋଇ
ରହେ ଶାନ୍ତି ମିଳେନା ।
ଅତୀତର ସେଇ ଘଟଣା ସମୁହ
ତ ସ୍ମୃତିରେ ରହିଯାଏ
ଧୈର୍ଯ୍ୟ ଥିଲେ ସୁଖ ଆଣେ, ଦୃଢ଼
ନରହିଲେ ଦୁଃଖ ଭରିଦିଏ ।
କିପରି ମେଲିବ କୁହ ନାଆ ସାତ
ଦରିଆ ଯିବାକୁ
ହେବ ବିଶ୍ୱାସ ଭରସା ଯେତେକ
ତିଆରି କରିବାକୁ ।