ମନପବନ
ମନପବନ
ମନ ପବନ
ଅମାପ ଗତି
ନିମିଷକେ ଯାଏ ମନ ପବନ
ଯୋଜନ ଯୋଜନ, ଶୂନ୍ୟ ଆକାଶରେ
ବେଗ ତାର କରେ ଇନ୍ଦ୍ରଧନୁର
କରି ହୁଏ ନାହିଁ ଅଙ୍କନ,
ଆକଳନ ମରୁର ଉଷ୍ଣ
ପରିକ୍ରମା କରେ ବାଲି ସ୍ତୁପରେ
ତ୍ରି ଭୁବନ। ଗଢେ ଫୁଲବନ।
ମନ ପବନ ମନ ପବନ
ଅଦୃଶ୍ୟ ସେ ଜ୍ଞାନ ତାର ଇନ୍ଧନ
ଶରୀର ମଧ୍ୟେ ପ୍ରାଣର ସେ
ଥାଏ ଗୋପନ, ସ୍ପନ୍ଦନ,
ନାହିଁ ତାର ଶରୀରେ ସଞ୍ଚାରେ
ଆୟତନ ଜୀବନ,
କି ଆକାରର ଖୋଜେ ଧନ ମାନ
ଗଠନ। ଯଶ ଖ୍ୟାତି କରେ
ମନ ପବନ ଅର୍ଜନ
କେତେ ବେଳେ କରି ଶ୍ରମ ସାଧନ।
ରହେ ଚେତନ ମନ ପବନ
କେତେବେଳେ ଆତ୍ମା ତାର
ଅବଚେତନ, ବାସସ୍ଥାନ,
ସଦା ଚଳ ଚଞ୍ଚଳ ଧର୍ମ ତାର
ଭାବନାରେ ସତ୍ୟ ପାଳନ।
ରହେ ନିମଗ୍ନ, ଲୋଭ ମୋହ କରେ
କଳ୍ପନା ତାର ତାକୁ ଦହନ,
ଅଭିନବ ସୃଜନ। ବିଶୃଙ୍ଖଳିତ ହୋଇ
କରେ ଦଂଶନ।
ସଂଯମତା ତାର
ପବିତ୍ର ବନ୍ଧନ,
ଇନ୍ଦ୍ରିୟ ମଧ୍ୟେ କରେ
ସୂକ୍ଷ୍ମ ଦର୍ଶନ।
