STORYMIRROR

Dr.Sashi Bhushan Mohapatra

Abstract

2  

Dr.Sashi Bhushan Mohapatra

Abstract

ମଣିଷକୁ ମଣିଷ ଛୁଇଁବା ମନା

ମଣିଷକୁ ମଣିଷ ଛୁଇଁବା ମନା

1 min
167

ପକ୍ଷୀ ତୁ ମୋ ବାଲକୋନୀକୁ ଆ

ଗୀତଟିଏ ମୋ ପାଇଁ ଗା

ଫୁଲ ତୁ ଫୁଲ କୁଣ୍ଡରେ ଫୁଟୁ ଥା

ମୋ ମୁଣ୍ଡରେ ଖୋସିବା ମନା ନାହିଁ

ମୋ ପାଇଁ ତୁ ଝରକାରେ ହସୁ ଥା

ଭଅଁର ତୁ ଫୁଲକୁ ଫୁଲକୁ ଛୁଇଁ

ଗୁଣୁ ଗୁଣୁ ସଙ୍ଗୀତ ଶୁଣାଉ ଥା

ପବନ ତୁ ଘରେ ପଶି ମୋତେ ଛୁଁ

ନିଶ୍ୱାସ ପ୍ରଶ୍ୱାସରେ ଜୀବନ ଦେଉ ଥା


ସୂର୍ଯ୍ୟ ଆକାଶରେ ଉଉଁଛି ଉଇଁବ

ତାରାମାନେ ରାତିରେ ଫୁଟୁଛନ୍ତି ଫୁଟିବେ

ଜହ୍ନ ଆକାଶରେ ଘଡ଼ିମାରି ଟହଲ ମାରିବ

ବର୍ଷାକୁ ବି ମନା ନାହିଁ ସେ ଚାହିଁଲେ ବର୍ଷିବ

ଋତୁ ବଦଳୁଛି ଋତୁ ବି ବଦଳିବ

ଆମ୍ରକୁଞ୍ଜ ଗହନରେ କୋଇଲି କୁହୁ ତାନ କରିବ

ତରୁ ଲତା ସବୁଜିମାରେ ଭରିବ ହିଁ ଭରିବ

ପୃଥିବୀ ସବୁଜିମାରେ ହସିବ

ଚଢ଼େଇ ଆକାଶରେ ଡେଣା ଝାଡ଼ି ଉଡ଼ିବେ

ଅଥଚ ତୁମ ଆମକୁ ରାସ୍ତାରେ ଚାଲିବା ନିଷେଦ୍ଧ


ଫତୁଆ ଲାଗିଛି କାହାକୁ ଛୁଅଁନା ଛୁଅଁନା

ଚାରିଆଡ଼େ ମାତିଛି କରୋନା

ମଣିଷକୁ ମଣିଷ ଛୁଇଁବା ମନା

ତୁମକୁ ବି ମୋ ଘରକୁ ଆସିବା ମନା

କାଳେ ଆସିଯିବ ତୁମ ସହ କରୋନା,

ଛୁଇଁଦେଲେ ଜୀବନ ହାରିଯିବ

ମୃତ୍ୟୁର ବିଜୟର ହେବ ଜୟ ଗାନ

ତେଣୁ ଆମ ସମସ୍ତଙ୍କୁ ଏକତ୍ର ହେବା ମନା


ଗାଁ ଓ ସହର ଚାରିଆଡ଼ ଶୂନଶାନ

ମେଳା ମହୋତ୍ସବ ଯାନିଯାତ୍ରା କିଛିନାହିଁ

ମଣିଷର ଘରଦ୍ୱାର ଏବେ ଚିଡ଼ିଆଖାନା

ଜୀବନମୟ ପୃଥିବୀରେ ମଣିଷ ନିସ୍ପନ୍ଦ

ରାସ୍ତାଘାଟ ଜନଶୂନ୍ୟ ନୀରବ ନିଶ୍ଚଳ

କରୋନା ଆଜି ସାଜିଛି ମୃତ୍ୟୁର ଦୂତ

ମୃତ୍ୟୁର ପଦଧ୍ୱନି ସହ ତା'ର ଏ ଅଟ୍ଟହାସ୍ୟ

ତେଣୁ ଚାରିଆଡ଼େ ତାଲାବନ୍ଦୀ ଲାଗିଛି

ମୋ ପାଖକୁ ଏବେ ସମସ୍ତଙ୍କୁ ଆସିବା ମନା

ମୁଁ ପରିକ୍ଷୀତ,ଅଭିଶାପ ପାଇଛି କି

ମୃତ୍ୟୁ ଭୟରେ ରହିବାକୁ ଘରେ ବନ୍ଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract