ମଣିଷ
ମଣିଷ
ଷଠିଘରେ କୁଆଁ କୁଆଁ ,ଉହ୍ମେଇ ଭର୍ତ୍ତି ନିଆଁ
ମଣିଷ ଜୀବନ ଆରମ୍ଭ
କେତେ ଯତ୍ନ କେତେ ବେଭାର ଭରପୁର ଆଚାର
ମଣିଷ ପାଇଁ ସମ୍ଭବ ।
ଲାଳନ ପାଳନ ପାଇଁ ସାହାଯ୍ୟ ସହଯୋଗ ନେଇ
ମଣିଷର ହୁଏ ଉଦ୍ଧବ
କେତେ ସ୍ନେହ ପ୍ରେମ ପାଇ ବଡ଼ ହୁଏ ଯିଏ
ବଡ଼ ହେଲେ ଚିହ୍ନେ ସମ୍ପଦ ।
କିଏ ମୋର ବନ୍ଧୁ ସଖା ସହୋଦର ଭୁଲିଯାଏ
ମଣିଷ ଭାରି ଅଜବ
ଭୁଲିଯାଏ କ୍ଷଣସ୍ଥାୟୀ ସବୁ ଅସ୍ଥାୟୀ ,ମିଛ ବଡେଇ
କରେ ସୁଯୋଗର ସଦୁପଯୋଗ ।
ସବୁ ଦେଖିଶୁଣି ,ଜରଦଗବ ସାଜେ ପୁଣି ସିଏ
ସବୁବେଳେ ଉଦବେଗ
ପଶୁ ର ଜୀବନ ଅଛି ,ଜନ୍ମ ପରେ ନିଜେ ବଞ୍ଚିଛି
ତା ପ୍ରତି ମଣିଷର ବୈରାଗ ।
ମଣିଷ ପାଇଁ କରି କରି ବାର୍ଦ୍ଧକ୍ୟ ଜୀବନ ଭାରି
ମଣିଷ ତା ପାଇଁ ନିର୍ବେଦ
ଗଛର ବି ଜୀବନ ଅଛି,କରୁନି ପ୍ରତିବାଦ କିଛି
ମଣିଷ ଖୋଜେ ସୁଯୋଗ ।
ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ବୋଲାଇ ମଣିଷ ପୁଣି
କାହିଁ ଭୋଗେ ଦୁଃଖ ଶୋକ ରୋଗ
ଜୀବନ କାଳରେ ଢାଳି ସ୍ନେହ ଶ୍ରଦ୍ଧା ପ୍ରୀତି ମୈତ୍ରୀ
ମଣିଷ ତୁ ସଭିଙ୍କୁ କର ସାହାଯ୍ୟ ।