STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମଣିଷ

ମଣିଷ

1 min
126


ମଣିଷ ଜୀବନ ଦୁର୍ଲଭ ଜନମ 

କରିବା ଆମେ ଶ୍ରେଷ୍ଠ କରମ

ମଣିଷ ହୋଇ ଏମିତି ବଞ୍ଚିବା

ସାହସୀ ହୋଇ ସବୁ କାମ କରିବା

ଆମେ କେବେ ହାରି ଯିବା ନାହିଁ

ମଣିଷ ଜନ୍ମ ପାଇ ଡରିବା ନାହିଁ

ମଣିଷ ହୋଇ ଧର୍ମକୁ ଧରିବା

ମଣିଷ ଜନ୍ମରେ ହିଁ ମୁକ୍ତି ପାଇବା

ମଣିଷ ହୋଇ ଅନ୍ୟାୟ କରିବା ନାହିଁ

ଦୟା କ୍ଷମା କରୁଣାକୁ ରଖିବା ଭାଇ

ଅନେକ ପୁଣ୍ୟ କରି ମଣିଷ ହେଲେ

ବୁଦ୍ଧି ବିବେକ ମଣିଷ ଜନ୍ମେ ପାଇଲେ

ମଣିଷ ହୋଇ ସତକର୍ମ ଆମେ କରିବା

ନିଜେ ନିଜ ପାଇଁ ନୁହେଁ ପର ପାଇଁ 

ବଞ୍ଚିବା

ମଣିଷ ହୋଇ କେବେ ଭୁଲ କରିବା ନାହିଁ

ଦିବ୍ୟ ଜ୍ଞାନ ଦେଇଛନ୍ତି ଈଶ୍ୱର ଆମ ପାଇଁ

ମଣିଷରୁ ମହାପୁରୁଷ ଆମେ ହୋଇବା

ମା ମାତୃଭୂମି ମାତୃ ଭାଷାକୁ କେବେ ନ ଭୁଲିବା

ମଣିଷ ହୋଇ ଈଶ୍ୱର ଭକ୍ତି ଆମେ କରିବା

ସହନଶୀଳତା ପରି ଗୁଣକୁ ନିଜ ଭିତରେ ରଖିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics