STORYMIRROR

Chittaranjan Nanda

Abstract Action

4  

Chittaranjan Nanda

Abstract Action

ମଣିଷ ମଣିଷେ ଅତ୍ୟାଚାର ଉଠେ କୋହ

ମଣିଷ ମଣିଷେ ଅତ୍ୟାଚାର ଉଠେ କୋହ

1 min
580


ନିଜକୁ ନିଜେ ସଭ୍ୟ ବୋଲାନ୍ତି ଜଗତେ 

ଅସଭ୍ୟ ଜନ

ମଣିଷ ପଣିଆ ହଜେଇ ସ୍ୱାର୍ଥରେ ହରନ୍ତି 

ଦେଶର ଧନ ।


ଦେଖ ଏହି ଦୁନିଆଁରେ ମଣିଷ ସ୍ୱାର୍ଥରେ 

ଚାଲିଛି କିସ

କପାଳେ ତିଳକ, ମିଠା ବଚନେ, ସଂସ୍କୃତିହୀନ

ଜନ ବିଞ୍ଚନ୍ତି ବିଷ ।


ଘଟରେ ରହିଛ ପରା ହେ ଇଶ୍ୱର ଆଲ୍ଲା 

ଜୀଶୁ ସମସ୍ତଙ୍କର

ତେବେ ମଣିଷର ଘମଣ୍ଡ ଘୃଣା ନିର୍ଦ୍ଦୟ 

ଭାବକୁ କିମ୍ବା ଦୂର ନକର ।


ସତରେ କି ତୁମ ପ୍ରଭାବ ସୀମାବଦ୍ଧ ଦେଉଳ, 

ଗୀର୍ଜା, ମସଜିଦରେ

ତୁମକୁ ମଜା ଲାଗୁଅଛି ମଣିଷ କାନ୍ଦୁଛି, ଜଳୁଛି 

ଶୋଷଣ ଅତ୍ୟାଚାର ରେ ।


ମଣିଷର ମୁକ୍ତି ପାଇଁ ଲେଖୁଛି ଏ କବିତା ଆଖିରୁ 

ଧାର ଧାର ଝରାଇ ଲୁହ

ଦେଖି ମଣିଷ ମଣିଷେ ଅତ୍ୟାଚାରକୁ ବେଦନାକୁ 

ହୃଦୟରୁ ଉଠେ କୋହ ।


ପୋଡ଼ି ରାବଣର କୁଶପୁତ୍ତଳିକା ଆନନ୍ଦେ ନାଚୁଛେ 

ଆମେ ଯେତେ ଅଛେରେ

ଭୁଲୁଛେ କାହିଁକି ଏବେ ବି ରାବଣ ବଞ୍ଚିଛି, ଭରି ଅଛି 

ନର ଦେହେ ଗର୍ବ ହିଂସା ଅହଙ୍କାର ରୂପରେ ।


ଷଡ଼ ବିକାରରେ ନର ଯେବେ ବଶ ହୋଇଥାଏ 

ନର ରୂପୀ ରାକ୍ଷସ ଭାବେ ତାର ଧର୍ମ

ପ୍ରତିଦିନ କରିଥାଏ ସିଏ ଶୋଷଣ ଧର୍ଷଣ ଲୁଣ୍ଠନ 

ହତ୍ୟା ବ୍ଯଭିଚାର ଯେତେ ଘୃଣ୍ଯ କର୍ମ ।


ହେ ଭଉଣୀ ଭାଇ, ମନେ ରଖ ସମୟର ଚକା ତା 

ରାସ୍ତାରେ ତ ଗଡ଼ି ଗଡ଼ି ଚାଲେ 

ମନ ପରିବର୍ତ୍ତନ ଦରକାର, ସୁନ୍ଦର ସମାଜ ଦେଖିବା

ଭାଇଚାରା କଥା ମନେ ଧରି ଚଲୁଥିଲେ ।



Rate this content
Log in

Similar oriya poem from Abstract