ମଣିଷ ମଣିଷେ ଅତ୍ୟାଚାର ଉଠେ କୋହ
ମଣିଷ ମଣିଷେ ଅତ୍ୟାଚାର ଉଠେ କୋହ
ନିଜକୁ ନିଜେ ସଭ୍ୟ ବୋଲାନ୍ତି ଜଗତେ
ଅସଭ୍ୟ ଜନ
ମଣିଷ ପଣିଆ ହଜେଇ ସ୍ୱାର୍ଥରେ ହରନ୍ତି
ଦେଶର ଧନ ।
ଦେଖ ଏହି ଦୁନିଆଁରେ ମଣିଷ ସ୍ୱାର୍ଥରେ
ଚାଲିଛି କିସ
କପାଳେ ତିଳକ, ମିଠା ବଚନେ, ସଂସ୍କୃତିହୀନ
ଜନ ବିଞ୍ଚନ୍ତି ବିଷ ।
ଘଟରେ ରହିଛ ପରା ହେ ଇଶ୍ୱର ଆଲ୍ଲା
ଜୀଶୁ ସମସ୍ତଙ୍କର
ତେବେ ମଣିଷର ଘମଣ୍ଡ ଘୃଣା ନିର୍ଦ୍ଦୟ
ଭାବକୁ କିମ୍ବା ଦୂର ନକର ।
ସତରେ କି ତୁମ ପ୍ରଭାବ ସୀମାବଦ୍ଧ ଦେଉଳ,
ଗୀର୍ଜା, ମସଜିଦରେ
ତୁମକୁ ମଜା ଲାଗୁଅଛି ମଣିଷ କାନ୍ଦୁଛି, ଜଳୁଛି
ଶୋଷଣ ଅତ୍ୟାଚାର ରେ ।
ମଣିଷର ମୁକ୍ତି ପାଇଁ ଲେଖୁଛି ଏ କବିତା ଆଖିରୁ
ଧାର ଧାର ଝରାଇ ଲୁହ
ଦେଖି ମଣିଷ ମଣିଷେ ଅତ୍ୟାଚାରକୁ ବେଦନାକୁ
ହୃଦୟରୁ ଉଠେ କୋହ ।
ପୋଡ଼ି ରାବଣର କୁଶପୁତ୍ତଳିକା ଆନନ୍ଦେ ନାଚୁଛେ
ଆମେ ଯେତେ ଅଛେରେ
ଭୁଲୁଛେ କାହିଁକି ଏବେ ବି ରାବଣ ବଞ୍ଚିଛି, ଭରି ଅଛି
ନର ଦେହେ ଗର୍ବ ହିଂସା ଅହଙ୍କାର ରୂପରେ ।
ଷଡ଼ ବିକାରରେ ନର ଯେବେ ବଶ ହୋଇଥାଏ
ନର ରୂପୀ ରାକ୍ଷସ ଭାବେ ତାର ଧର୍ମ
ପ୍ରତିଦିନ କରିଥାଏ ସିଏ ଶୋଷଣ ଧର୍ଷଣ ଲୁଣ୍ଠନ
ହତ୍ୟା ବ୍ଯଭିଚାର ଯେତେ ଘୃଣ୍ଯ କର୍ମ ।
ହେ ଭଉଣୀ ଭାଇ, ମନେ ରଖ ସମୟର ଚକା ତା
ରାସ୍ତାରେ ତ ଗଡ଼ି ଗଡ଼ି ଚାଲେ
ମନ ପରିବର୍ତ୍ତନ ଦରକାର, ସୁନ୍ଦର ସମାଜ ଦେଖିବା
ଭାଇଚାରା କଥା ମନେ ଧରି ଚଲୁଥିଲେ ।
