ମଣିଷ ଜୀବନ
ମଣିଷ ଜୀବନ
ୟେ ଜୀବନ ଅଟେ, ଫୋଟକାଟେ ପରି,
ଭାସୁ ଭାସୁ ଫୁଟିଯିବ
ଗାଇ ଗାଇ ଥରେ , ଜଣେଇ ଦେବ ସେ,
କେମିତି ଥିଲା ସ୍ୱଭାବ ।
ଅକ୍ଷରରୁ ସିନା, ବାକ୍ୟ ହୋଇଥାଏ,
ବାକ୍ୟରୁ ମନର ଭାଷା
ମନର ଭାଷାଟି, ହୃଦୟକୁ ଛୁଏଁ,
ଥିଲେ ମାଧୁର୍ଯ୍ୟତା ମିଶା ।
ଭାଷାର ଶଇଳୀ, ଥିଲେ କର୍କଶତା,
ପାଏନା କାହିଁ ଆଦର
ଘୃଣାର ଭାଜନ, ନାହିଁ ସନମାନ,
ବୃଥା ୟେ ଜୀବନ ଛାର ।
ସେବା କରିଚାଲ, କର୍ମ କରିଚାଲ,
ସ୍ୱାର୍ଥ ନ ରଖି ଜୀବନେ
ସ୍ୱାର୍ଥରୁ ଅନର୍ଥ, ଅନର୍ଥରୁ ପୀଡା,
ପୀଡ଼ାରୁ କଷଣ ମନେ ।
ଅଧର୍ମ ନକର, ଜୀବନରେ କେବେ,
ସହିବେନି ଭଗବାନ
ଅଧର୍ମ ବଢିଲେ, ରୋଗ ଶୋକ ବଢେ,
ସାର୍ଥକ ହୁଏନା ଜୀବନ ।
ଦୁଃଖତ ଆସିବ, ସୁଖ ଦେବା ପାଇଁ,
ଦୁଃଖ କୁ ଆଦର ସୁଖେ
ଧର୍ଯ୍ୟ ଧରି ଯେବେ, କରୁଥିବ କର୍ମ,
ଈଶ୍ୱର ସୁଖରେ ରଖେ ।
ସାର୍ଥକ କରିବା, ଜୀବନ ଆମର,
ରହି ନ୍ୟାୟ ଧର୍ମ ପଥେ
ଗନ୍ତବ୍ୟ ପଥରେ, ଆଗେଇ ଚାଲିବା,
ରହି ନିଜ ଲକ୍ଷ ରଥେ ।
