STORYMIRROR

Lalit kumar Swain

Tragedy Crime Inspirational

3  

Lalit kumar Swain

Tragedy Crime Inspirational

ମଣିଷ ବଜାର

ମଣିଷ ବଜାର

1 min
171


କଣ୍ଢେଇ ବିକୁ ବିକୁ ଏ ବିବେକି ମଣିଷ

କେତେବେଳେ ବିବେକ ବିକି ସାରିଛି

ସ୍ବପ୍ନ ବିକୁ ବିକୁ ଏ ସମ୍ବେଦନଶୀଳ ପ୍ରାଣୀ

ମଣିଷପଣିଆ ବିକି ସରିଛି,

କାଠ, ମାଟି, ପ୍ଲାଷ୍ଟିକ କଣ୍ଡେଇ ବଜାର ଭଳି

ଆଜି ମଣିଷ ବଜାର ବସୁଛି।

ବଡଲୋକି ବାବୁମାନେ ଆସି 

ମୂଲଚାଲ କରି ନେଇ ଯାଆନ୍ତି,  

ଯିଏ ସ୍ବପ୍ନ କିଣି ପାରେନି,

ସମ୍ଭାବନା ପଛରେ କେବଳ ଧାଇଁ ଧାଇଁ ଆସିଛି

ସିଏ ଆପେ ଆପେ ଧାଇଁ ଆସେ 

ନିଜେ ବିକ୍ରି ହେବା ପାଇଁ.... 

ଆଉ କିଛିଙ୍କୁ ଆସିବା ପାଇଁ ବାଧ୍ୟ କରାଯାଏ।

ଏ ଅମଣିଷ ବଜାରକୁ..

ପଥପ୍ରାନ୍ତ କଣ୍ଡେଇ ବଜାର ଭଳି

ରଙ୍ଗ ବେରଙ୍ଗର ମଣିଷ ଏଠି ବିକ୍ରି ହୁଅନ୍ତି।

କାହାର ମୁଁହରେ ଦୁଃଖ ହତାଶର

ବିରାଟ ପ୍ରଶ୍ନବାଚୀ....

କାହାର ଶହେ ଯୁଗର ଦୁଃଖ,

କାହାର ଆଖିରୁ ଝରି ପଡେ ଅମାନିଆ ଲୁହ

ଫିକା ଫଗୁଣର,ଫଗୁବୋଳା ମୁଁହନେଇ ଚାଂହୁଥାନ୍ତି ଗରାଖଙ୍କୁ।

ଯଦି ଏହିଭଳି, ଚାଲେ

ସେଦିନ ଆଉ ଦୂର ନୁହେଁ

ଏରକାର ବଣର କରୁଣ ବିଭୀଷିକା ପାଇଁ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy