STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମନନ

ମନନ

1 min
31


ମୋ ମନର ଅହେତୁକ

ସବାରୀ ଦୋହଲି ଦୋହଲି

କରୁଛି ମନନ ତୁମରି

ସେହି ଅଲିଭା ସ୍ମୃତିର 

ବାସ୍ନାର ମହକକୁ 

ସଜାଇ ରଖିଛି 

ମନ ଫରୁଆରେ ନେଇ

ସରିଯାଏ ରାତି

ପାହି ଯାଏ ଦିନ

ତଥାପି ନିବୃତ୍ତ କୋଠରୀରୁ

ଉଙ୍କି ମାରେ ମନନ

ସତେ ଅଵା କହିଦିଏ

ହଟାଅନା ଧ୍ୟାନ

ବିଚ୍ଛୁରିତ ହୋଇ

ରହିବ ସବୁ ଚିନ୍ତନ ମନନ

ବାନ୍ଧି ରଖି ତାକୁ

ଆବେଗିକ ପରଦାରେ

କାଟି ନେଲେ ସବୁଦିନ

ସମାନ୍ତରାଳ ରେ

କଟିଯିବ ସବୁ ସମୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational