ମନନ
ମନନ
ମୋ ମନର ଅହେତୁକ
ସବାରୀ ଦୋହଲି ଦୋହଲି
କରୁଛି ମନନ ତୁମରି
ସେହି ଅଲିଭା ସ୍ମୃତିର
ବାସ୍ନାର ମହକକୁ
ସଜାଇ ରଖିଛି
ମନ ଫରୁଆରେ ନେଇ
ସରିଯାଏ ରାତି
ପାହି ଯାଏ ଦିନ
ତଥାପି ନିବୃତ୍ତ କୋଠରୀରୁ
ଉଙ୍କି ମାରେ ମନନ
ସତେ ଅଵା କହିଦିଏ
ହଟାଅନା ଧ୍ୟାନ
ବିଚ୍ଛୁରିତ ହୋଇ
ରହିବ ସବୁ ଚିନ୍ତନ ମନନ
ବାନ୍ଧି ରଖି ତାକୁ
ଆବେଗିକ ପରଦାରେ
କାଟି ନେଲେ ସବୁଦିନ
ସମାନ୍ତରାଳ ରେ
କଟିଯିବ ସବୁ ସମୟ ।
