STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମଙ୍ଗଳମୟୀ ମାଆ ଖୁଦୁରୁକୁଣୀ

ମଙ୍ଗଳମୟୀ ମାଆ ଖୁଦୁରୁକୁଣୀ

1 min
11

 ମଙ୍ଗଳମୟୀ ମାଆ ଖୁଦୁରୁକୁଣୀ
     ===============
ଜୟଜୟ ଜୟ ଜୟ ମା' ମଙ୍ଗଳେ l ପୂଜାହେଉ ରବିବାରେ ତୁ ଉତ୍କଳେ ll ମଙ୍ଗଳମୟୀ ଲୋ ମା' ଖୁଦୁରୁକୁଣୀ l
ତୋହର ମହିମା ପାରିବ କେ ବର୍ଣ୍ଣି ll ତଅପୋଈ ଗାଥା, ଗାଉଥାନ୍ତି ବାଳି l
ସାଧବ ଦୂଲାଳୀ, ହଜାଇଲା ଛେଳି ll
ଭାଇ ମାନେ ତା'ର ବଣିଜକୁ ଗଲେ l
ଭାଉଜ ହିଁ ତାକୁ ବହୁ କଷ୍ଟ ଦେଲେ ll
ମଙ୍ଗଳା ମାତାଙ୍କୁ ଶେଷରେ ପୂଜିଲା l ଅକ୍ଲେଶରେ ତାର ଦୁଃଖ ଘୁଞ୍ଚି ଗଲା ll
ସାତ ଭାଇ ତା'ର ବିଦେଶୁ ଅଇଲେ l
ଯାନି, ଯଊତୁକେ ବିଭା କରାଇଲେ ll
ସାଧବ ଦୌଲତ ଐଶ୍ୱର୍ଯ୍ୟ ଫେରିଲା l
ଜୟ ଜୟ ଜୟ ଜୟ, ମା' ମଙ୍ଗଳା ll
ଏମନ୍ତେ ତୋହର ଅଟେ ମା' ମହିମା l ଅଳପେ କହିଲି ଦୋଷ ଦେବୁ କ୍ଷମା ll ଭାଦ୍ରବରେ ତୋର ଓଷା, ପାଞ୍ଚ ପାଳି l ହରଷେ ପୂଜନ୍ତି ତୋତେ ପୂର ପଲ୍ଲୀ ll ଉତ୍କଳରେ ପୂଜା ତୋ ଅଟେ ଅନନ୍ୟ l
ଉତ୍କଳ ମାଟିକୁ କଲୁଲୋ ମା' ଧନ୍ୟ ll
ଦୟିନୀ ମୋର ମା' ସିଂହବାହନୀଙ୍କୁ l
ଧନେ, ଧାନ୍ୟେ, ପୁରାଇବୁ ଉତ୍କଳକୁ ll
             🙏🙏🙏
                ଅର୍ଜୁନୀ
             -------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational