STORYMIRROR

Sarojini Mishra

Classics

3  

Sarojini Mishra

Classics

ମଙ୍ଗଳମୟୀ ମା' ମଙ୍ଗଳା

ମଙ୍ଗଳମୟୀ ମା' ମଙ୍ଗଳା

2 mins
179


ମଙ୍ଗଳ କାରିଣୀ ବୋଲି ତୁ

ନାମ ତୋର ମଙ୍ଗଳା

ବିଭିନ୍ନ ନାମରେ ବିଭିନ୍ନ କ୍ଷେତ୍ରରେ

କରୁଥାଉ ଲୀଳା ଖେଳା ।

ଜୟ ମାଆ ମଙ୍ଗଳା ଜୟ ମା ହିଙ୍ଗୁଳା

ଜୟ ମା ସମଲେଶ୍ଵରୀ

ଜୟ ହରଚଣ୍ଡୀ ଜୟ ମା ତାରିଣୀ

ଜୟ ମାଆ ଚର୍ଚ୍ଚିକାୟୀ ।

ଜୟ ମା ବିମଳା ଜୟ ମା ଶାରଳା

ଦୁଃଖ ହାରିଣୀ ଗୋ ମାଆ

ତୋ ସୃଷ୍ଟି ର ଗାଥା ଅମର ଅକ୍ଷରେ

ଆମ ଶାସ୍ତ୍ରେ ଅଛି ଲେଖା ।

ଜୟ ମା ମଙ୍ଗଳା ତୋ ପୂଜାରେ ସଦା

ଗ୍ରାମ ହୁଏ ଭକ୍ତି ମୟ

କେବେ ତଅପୋଇ କେବେ ବା ଖୁଲଣା

ଗାଥାରେ ସଦା ମଣ୍ଡିତ ।

ଯେ ରୂପରେ ତୋତେ ପୂଜିଲେ ମାଆ ଗୋ

ତୁହି ତ ପ୍ରସନ୍ନ ହେଉ

ମାତୃତ୍ଵ ଭରା ତୋ ମୁଖ ମଣ୍ଡଳରେ

ମମତା ର ଖେଳେ ଢେଉ ।

ବିପଦ ହାରିଣୀ ମାଆ ମଙ୍ଗଳା ଗୋ

ପଣତ ବଢାଇ ଦେଏ

ଜନ ମାନସର ବେଦନକୁ ମାତା

ପଣତରେ ପୋଛି ଦେଏ ।

ସ୍ନେହ ପରଶର ଅନୁଭବ ଦେଏ

ମନେ ଭରୁ ଧୈର୍ଯ୍ୟ ଧାରା

ତୋ ଅନୁଭବ ରେ ଭୟ ଦୂର ହେଉ

ତୁ ଯେ ନିର୍ଭୟ ସାହାରା ।

ଜୟ ମାଆ ମଙ୍ଗଳା ଜଗତ ଜନନୀ

ଜଗତର ଦୁଃଖ ହର

ବେଦନା ତୀରରେ ସାନ୍ତ୍ଵନା ର ଫୁଲ

ତୁମେ ଯେ ଫୁଟାଇ ଦିଅ ।

ମଙ୍ଗଳ କାରିଣୀ ବିପଦ ହାରିଣୀ

ତୋ ଆଶିଷ ଢାଳି ଦେଏ

ଜଗତ ଭାସୁଛି ବେଦନା ସ୍ରୋତରେ

ସେ ସ୍ରୋତ ଶୁଖାଇ ଦେଏ ।

ଜୟ ମା ମଙ୍ଗଳା କରୁଛି ଦୟିନୀ

ଜଗତ ବିପଦ ହର

ଦିଶା ହୀନ ଏହି ମଣିଷ ମନରେ

ନୂତନ ଦିଶା ଦେଖାଅ ।

ଜଗତ ଜନନୀ ମା ମଙ୍ଗଳା ଲୋ

ଶାନ୍ତିର ବାରତା ଦେଏ

ପଣତ ଘୋଡାଇ ସ୍ନେହର ପରଶେ

ଭ୍ରାତୃତ୍ଵ ଭାବ ଭରି ଦେ ।

ମଣିଷ ମନରୁ ଲିଭାଇ ଦେ ମାଆ

ହିଂସା ଦ୍ୱେଷ ର ସ୍ଵାକ୍ଷର

ତୋ ପଣତ ତଳେ ସଭିଙ୍କୁ ନେଇ ମା

ଭରି ଦେ ସ୍ନେହର ସୁର ।

ହେ ମଙ୍ଗଳମୟୀ ମାଆ ମଙ୍ଗଳା ଗୋ

ଜଗତ ମଙ୍ଗଳ କର

ଜଗତ ହେଉ ଯେ ମଙ୍ଗଳମୟ ମା

ପାଇ ଆଶିଷ ତୋହର ।



Rate this content
Log in

Similar oriya poem from Classics