STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ମଙ୍ଗଳ ହେଉ ଦେଶର

ମଙ୍ଗଳ ହେଉ ଦେଶର

1 min
166


ତୁମେ ହିଁ ଶ୍ରୀକୃଷ୍ଣ ତୁମେ ହିଁ ଶ୍ରୀରାମ


ପ୍ରଭୁ ଜଗନ୍ନାଥ ତୁମେ


ଘୁଞ୍ଚି ଯାଉ ଦେଶୁ ତାଣ୍ଡବ ଶତ୍ରୁଙ୍କ


କରହେ ମଙ୍ଗଳ ତୁମେ।୧।


ଷଡ଼ଯନ୍ତ୍ରକାରୀ କରେ ଷଡ଼ଯନ୍ତ୍ର


ସତ୍ତାର ନିମନ୍ତେ ଯହିଁ,


ଷଡ଼ଯନ୍ତ୍ର ତାଙ୍କ ବିଦେଶୀଙ୍କ ସଙ୍ଗ


ଅସ୍ଥିର କରନ୍ତି ତହିଁ।୨।


ଦୂର କରି ଦିଅ ଜଗତର ନାଥ


ଦେଶର ମଙ୍ଗଳ ହେଉ,


ହେଉ ଟି ଦେଶରେ ସତ୍ୟର ଉଦୟ


ଶତ୍ରୁଙ୍କ ବିନାଶ ହେଉ।୩।


ନିସ୍ବାର୍ଥର ମନ୍ତ୍ର ବୋଳି ଦିଅ ନାଥ


ଧର୍ମପଥେ ଦେଶ ଚାଲୁ,


କର୍ତ୍ତବ୍ୟେ ଜଡ଼ିତ କର ନେତାଗଣେ


ନ୍ୟାୟ ପଥେ ଦେଶ ଚାଲୁ।୪।


ଉଜ୍ଜ୍ୱଳ ଭବିଷ୍ୟ ହେଉ ଜନତାଙ୍କ 


ଆତ୍ମନିର୍ଭର ଟି କର,


ଆତ୍ମବିଶ୍ୱାସରେ ଭରୁ ଜନମନ


ଶକ୍ତିଶାଳୀ ରାଷ୍ଟ୍ର କର।୫।


ସବୁ କ୍ଷେତ୍ରେ ଦେଶ ଉନ୍ନତି ହିଁ କରୁ


ସୁଖରେ ରୁହନ୍ତୁ ଜନ,


ଗୃହସ୍ତ ଧର୍ମର ସବୁ ଆବଶ୍ୟକ


ପୂର୍ଣ୍ଣ ହେଉ ଜନଜନ।୬।


ପୌରାଣିକ କଥା ପୁରୁଣା ସଂସ୍କୃତି


ଗୁଞ୍ଜୁ ଥାଉ ଦେଶ ମଧ୍ୟେ,


ଦେଶ ପାଇଁ ବୀର ବଳିଦାନ କଥା


ଗୁଞ୍ଜି ଉଠୁ ମନ ମଧ୍ୟେ।୭।


ଜୀବନ ଦେଇଛ କର୍ତ୍ତବ୍ୟ ନିମନ୍ତେ


କର୍ତ୍ତବ୍ୟର ପଥେ ରହୁ


ଜନତା ସେବାରେ ମନୁଷ୍ୟ ଜୀବନ


ସଦା ରାଷ୍ଟ୍ର ହିତେ ରହୁ।୮।


ତବ ଭକ୍ତି ସଦା ରହୁ ଜୀବନରେ 


ପ୍ରେମ ଭକ୍ତି ଶ୍ରଦ୍ଧା ରହୁ,


ଚକାନୟନ ଟି ଦିଶୁ ଥାଉ ନିତ୍ୟେ


ଜ୍ଞାନ ନିସ୍ବାର୍ଥର ରହୁ।୯।


ତୁମେ ହିଁ ଶ୍ରୀକୃଷ୍ଣ ତୁମେ ହିଁ ଶ୍ରୀରାମ


ପ୍ରଭୁ ଜଗନ୍ନାଥ ତୁମେ,


ଘୁଞ୍ଚି ଯାଉ ଦେଶୁ ତାଣ୍ଡବ ଶତ୍ରୁଙ୍କ


କରହେ ମଙ୍ଗଳ ତୁମେ।୨୦।




Rate this content
Log in

Similar oriya poem from Inspirational