ମଙ୍ଗଳ ଆଳତି
ମଙ୍ଗଳ ଆଳତି
ମଙ୍ଗଳ ଆଳତି ଜାଳି ଦେଇ ପ୍ରଭୁ
ଜଣାଉଛି ତୋ ପୟର.
ଆଶ୍ରିବାଦେ ତବ ଧୋଇଯାଉ ସବୁ
ଯେତେ ପାପ ଜୀବନର.(0)
ଶରୀର ଗଢିଛଜୀବନ ଦେଇଛ
ରହିଛ ଆତ୍ମା ସ୍ୱରୂପେ.
ଶକ୍ତି ଟିକେ ଦେ ମନରେ ମୋହର
ମାଲପା ଯେହ୍ନେ ପ୍ରଦୀପେ
ଏ ଜୀବନ ଧନ୍ୟ ହୋଇଯାଉ ମୋର
ପୂଣ୍ୟ ଆଶୀର୍ବାଦେ ତୋର. (1)
ଚରଣରେ ଶକ୍ତି ଭରି ଦିଅ ପ୍ରଭୁ
ଭକ୍ତ ସାଲବେଗ ପରି
ମନକୁ ମୋହର ସୁମନ କରହେ
ଭକତି ଅମୃତ ଭରି.
ଭକତିରେ ସଦା ଯାଉ ମୋର ଦିନ
ଧ୍ୟାୟି ପାଦ ଚକ୍ରଧର. (2)
ରାଜସ, ତାମସ, ଏ ଦୁଇ ଅଙ୍କୁଶ
ନ ଲାଗୁ ଜୀବନେ ମୋର
ସାତ୍ତ୍ୱିକ ଗୁଣକୁ ହୃଦେ ଭରି ଦିଅ
ସେବିବି ସଦା ପୟର
ତୋର ପାଦ ଧ୍ୟାୟୀ ଲିଭିଯାଉ ପ୍ରଭୁ
ଜୀବନ ପ୍ରଦୀପ ମୋର.
