STORYMIRROR

Kalandi pal

Inspirational

3  

Kalandi pal

Inspirational

ମଙ୍ଗଳ ଆଳତି

ମଙ୍ଗଳ ଆଳତି

1 min
271


ମଙ୍ଗଳ ଆଳତି ଜାଳି ଦେଇ ପ୍ରଭୁ

      ଜଣାଉଛି ତୋ ପୟର.

ଆଶ୍ରିବାଦେ ତବ ଧୋଇଯାଉ ସବୁ

      ଯେତେ ପାପ ଜୀବନର.(0)


ଶରୀର ଗଢିଛଜୀବନ ଦେଇଛ

      ରହିଛ ଆତ୍ମା ସ୍ୱରୂପେ.

ଶକ୍ତି ଟିକେ ଦେ ମନରେ ମୋହର

      ମାଲପା ଯେହ୍ନେ ପ୍ରଦୀପେ 

ଏ ଜୀବନ ଧନ୍ୟ ହୋଇଯାଉ ମୋର 

      ପୂଣ୍ୟ ଆଶୀର୍ବାଦେ ତୋର. (1)



ଚରଣରେ ଶକ୍ତି ଭରି ଦିଅ ପ୍ରଭୁ

       ଭକ୍ତ ସାଲବେଗ ପରି

ମନକୁ ମୋହର ସୁମନ କରହେ

       ଭକତି ଅମୃତ ଭରି.

ଭକତିରେ ସଦା ଯାଉ ମୋର ଦିନ

      ଧ୍ୟାୟି ପାଦ ଚକ୍ରଧର. (2)


ରାଜସ, ତାମସ, ଏ ଦୁଇ ଅଙ୍କୁଶ

      ନ ଲାଗୁ ଜୀବନେ ମୋର

ସାତ୍ତ୍ୱିକ ଗୁଣକୁ ହୃଦେ ଭରି ଦିଅ

      ସେବିବି ସଦା ପୟର

ତୋର ପାଦ ଧ୍ୟାୟୀ ଲିଭିଯାଉ ପ୍ରଭୁ

     ଜୀବନ ପ୍ରଦୀପ ମୋର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational