Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Romance

2  

Sahadev Behera

Romance

ମନେପଡେ

ମନେପଡେ

1 min
222



ମନେପଡେ ଆଜି  ଶୀତୁଆ ପାହାନ୍ତି  

   ସତର ବରଷ ତଳେ 

କେଇପଦ ମିଠା କଥା କହିସାରି 

   ଶୋଇଗଲା ମୋର କୋଳେ ll 1

    

 ଅଜଣା ଅଚିହ୍ନା  ସଂସାର  ଭିତରେ 

    ଦୁହେଁ ଥିଲୁ ବହୁ ଦୂରେ

 ମୋ ମୁହଁକୁ ଚାହିଁ ରହୁଥିଲା ସିଏ 

   କହୁଥିଲା କଥା ଥିରେ ll 2


ମନ ବୁଝିବାକୁ ହୃଦ ଜିଣିବାକୁ 

    ଲାଗିଲା ଚାରି ବରଷ 

 ମାନିନୀ ମୁହଁରେ  ମୁରୁକି ମୁରୁକି 

   ଫୁଟିଲା ଗୋଲାପି ହସ ll 3

    

ଗଡି ଯାଏ ଦିନ  ବିତିଯାଏ ନିଶି 

     ସୂର୍ଯ୍ୟ ଚନ୍ଦ୍ର ପରି ନିତି 

 ଅଭାବରେ ଭାବ ସିଏ ମୋର ଦମ୍ଭ 

     ଜାଳଇ ଜାଗର ବତୀ ll 4


ମନ ରଖି ଥିଲେ  ମୋନାଲିସା ସିଏ

    ନ ହେଲେ ମରମ ଦହେ  

ଘର କଥା ସିନା ଘରେ ରହି ଯାଏ 

    କାହାକୁ କେବେ ନ କହେ ll 5



Rate this content
Log in

Similar oriya poem from Romance