ମନେପଡେ
ମନେପଡେ
ସତରେ କିଛି ପାଇଛ !!
ହରେଇଛ ତ ନିଶ୍ଚିତ,
ହରେଇଛ ନିଜସ୍ଵ
ହରେଇଚ୍ଛ ସ୍ଥିରତା,ସ୍ୱାଧୀନତା,
ହରେଇଛ କୁମାରିତ୍ଵ
ହରେଇଚ୍ଛ ବି ନିଦ୍ରା ଓ
କୁମାରୀ ଚପଳତା
ହରେଇଚ୍ଛ ସବୁ ସମ୍ପର୍କର ସାନ୍ଧ୍ରତା
ଏମିତିବି ପରିବାର ମୂଲ୍ୟବୋଧ
ବି ହରେଇଛ...
ଏଡେଇଛ ଦାୟିତ୍ୱର ଭାର
ହରେଇଚ୍ଛ ଅସଂଖ୍ୟ ମିନିଟ୍ ଜୀବନର,
ଅନାୟସେ ମୋ ଭରସାରେ
ହରେଇଚ୍ଛ ଧୈର୍ଯ୍ୟ, ବଳ, ଏକାଗ୍ରତା
ଲିପିବଦ୍ଧ ଆଜି ପ୍ରଣୟର
ପୁରୁଣା ପୃଷ୍ଠାରେ
ନିଜ ନାଁ ଲେଖିଦେଇ
ହରେଇଚ୍ଛ ପ୍ରତିଷ୍ଠା ସମାଜରେ
ପ୍ରେମିକାର ଆଖ୍ୟା ବି ମୁଣ୍ଡାଇ
ହରେଇଚ୍ଛ ଆଖିର ଔଜଲ୍ୟ
ରାତି ରାତି ସ୍ବପ୍ନ କୁ ଆଦରି
ହରାଇଛ ସ୍ୱାଭିମାନ
ପ୍ରେମକୁ ସ୍ବୀକାରି
ହରାଇଛ ମୌଳିକତା
ସାମାଜିକ ସ୍ବୀକୃତି ଆଶାରେ
ଶୋଇବା ସ୍ୱପ୍ନରେ
ପୁଣି ଗୋଟିଏ ଶଯ୍ୟାରେ
ହରାଇଛ ଲଜ୍ୟା ସେଦିନର
ସମର୍ପଣ ପରେ
ହରାଇଛ ସତ୍ତା ପ୍ରିୟେ ଜାଣିଛି
ମୋ ଓଠର ସ୍ପର୍ଶରେ
ଭୂଲିନି ସେ ସମୟାନୁବର୍ତ୍ତିତା
ଯାହା ଥିଲା ମଣ୍ଡିତ କଳଙ୍କିତ
ଜୀବନର ପୃଷ୍ଠାରେ
ସେ ସ୍ୱର୍ଗୀୟ ଭାବାବେଗ ସବୁ
ମନେପଡେ ଅପରାହ୍ନ
Auditorium
ଆକାଶିଆ ଗଛର ସନ୍ଧିରେ
ଚୁମ୍ୱନର ଦାଗ ତୁମ ପୃଷ୍ଠଭାଗେ
ଲୁଚିଥିଲା ଦୁଇଦିନ
କବରୀ ଅାଢୁଆଲେ
ତୁମପାଇଁ ହେଇପାରେ ପ୍ରତାରଣାର ଅସହ୍ୟ ଯନ୍ତ୍ରଣା
ତ କେବେ ତୁମ ଭାବନାର
ସୁନ୍ଦର ସ୍ମୃତି ମୁଁ
ବିଶ୍ୱାସ କର ଗୋ ପ୍ରିୟେ
ଥିଲ ତୁମେ ପ୍ରଥମ ନାରୀ ଏ ଅଭିଶପ୍ତ ଯୌବନରେ
ଆଉ ପରଷି ଥିଲି ମୁଁ ପ୍ରେମ
ତୁମ ପାଦତଳେ
ଆଡେଇଲ ଏ ସମ୍ଭାର
ଥାଳି ରୂପାର ନଥିଲା ବୋଲି

