STORYMIRROR

kahnu charan sahu

Tragedy

4  

kahnu charan sahu

Tragedy

ମନେପଡ

ମନେପଡ

1 min
299

ତୁମେ ମନେ ପଡ

ଆଜି ଖୁବ ବେଶି

ଚାଲିଗଲା ପରେ

ମନ ମୋର ଅଛି ଦୁଃଖି


କାରଣ ତ

କିଛି ନ ଥିଲା

ତୁମ ଆଉ ମୋ ପ୍ରେମରେ

କେବଳ ଥିଲା ଅଭିମାନ


ବୁଝି ପାରିଲନି

ତୁମେ ମୋ ମନକୁ

ହୃଦୟରେ ଥିବା ଅକୁହା

ଅନେକ ପ୍ରେମକୁ


ତୁମେ ଥିଲ

ମୋ ଆରମ୍ଭ

ତୁମେ ହିଁ ଥିଲ

ମୋ ସବୁ ଅଭିମାନର

ନିଆରା ଅଭିଯୋଗ


ପ୍ରତି ମୁହୂର୍ତ୍ତରେ

ତୁମେ ଥିଲ ମୋର ହେଇ

ହୃଦୟରେ ଥିଲ ରହି

ଭାଗ ବାଣ୍ଟୁଥିଲ

ଜୀବନ ର ଜୟଯାତ୍ରାରେ

ଅସୁଥିବା ସୁଖ ଦୁଃଖ ହସ କାନ୍ଦ ।


ହେଲେ ସହିପରିଲାନି

ନିର୍ଦୟ କାଳ

ତୁମକୁ ଛଡେଇନେଇଲା

ମୋ ପଖାରୁ

ମୋ ସପନ ସହରୁ

ମୋ ହୃଦୟର କୋଣ ଅନୁକୋଣରୁ


ଚାଲିଗଲ ତୁମେ

ଏକା ଏକା ମୁଁ

ତୁମ ବିନା ଆଜି ପାଗଳ

ତୁମର ନ ପାଇ ଦେଖା

ଖୁବ ମନେପଡ ତୁମେ ମୋର

ତୁମ ପ୍ରତିଛବି ଅଛି

ହୃଦୟରେ ମୋର

ତୁମେ ଆଜି ବହୁଦୂରେ

ଅପରିଚିତ ସହରେ କରିଛ ଘର

ଖୁବ ମନେପଡ

ଦିବା ନିଶି ତୁମେ ମୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy