STORYMIRROR

Mithun Sahu

Romance Tragedy

2  

Mithun Sahu

Romance Tragedy

ମନେପଡ଼ ବେଶି

ମନେପଡ଼ ବେଶି

1 min
13.7K


ସକାଳୁ ସକାଳୁ ଆଜି

ମନେପଡ ବେଶି,

ତୁମ କଥା ଭାବି ଭାବି

ଦିଏ ଟିକେ ହସି ।।

ଚଗଲାମୀ କରୁଥିଲ

ତୁମେ ଯେବେ ଆସି,

ନିରୋଳାରେ କେତେ କଥା

ଗପୁଥିଲେ ବସି ।।

ଆଜି ସେଇ ଚଗଲାମୀ

ଖୋଜୁଛି ମୁଁ ସାଥି,

ତୁମେ ସିନା ଦୂରେ ଅଛ

ପାଶେ ଅଛି ସ୍ମୃତି ।।

ପାରୁନାହିଁ ତୁମଠାରୁ

ଆଉ ଦୂରେ ରହି,

ଚାଲିଆସ ପାଶେ ମୋର

ପ୍ରୀତି ଛୁଆଁ ଦେଇ ।।

ମିଥୁନ୍ ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance