"ଛଳନା"
"ଛଳନା"
ହାରି ମୁଁ ଯାଇଛି ପ୍ରେମର ବାଜିକୁ
ତୋ ପ୍ରେମରେ ଅନ୍ଧହୋଇ,
ଜାଣି ମୁଁ ପାରିଛି ଛାତିତଳେ ତୋର
ହୃଦୟ ହିଁ ଜମା ନାହିଁ
ପ୍ରେମକୁ ମୋହର କାଗଜ ଟେ ଭାବି
ଚିରିକି ଫୋପାଡ଼ିଦେଲୁ,
ବିଶ୍ୱାସରେ ମୋର ବିଷଦେଇ ସତେ
ଭାଙ୍ଗିଦେଇ ଚାଲିଗଲୁ
ଜୀବନରେ ମୋର ତତେହିଁ କେବଳ
ସବୁକିଛି ଭାବିଥିଲି,
ପ୍ରେମ ନୁହେଁ ସିଏ ଛଳନା ଯେ ଥିଲା
ଆଜି ମୁଁ ବୁଝିପାରିଲି
