STORYMIRROR

Mithun Sahu

Inspirational Others

2  

Mithun Sahu

Inspirational Others

ପିଲାଦିନ ସ୍ମୃତି

ପିଲାଦିନ ସ୍ମୃତି

1 min
14.1K


ଆଜିବି ଖୋଜୁଛି ସେ ଅଭୂଲା କଥା

ପିଲାଦିନ ସ୍ମୃତି ସବୁ,

ଦିନ ସରିଯାଏ ରାତି ବିତିଯାଏ

ସେଇ କଥା ଭାବୁ ଭାବୁ ।।

କେତେ ମଜାମସ୍ତି କରୁଥିଲୁ ଆମେ

ସବୁ ସାଙ୍ଗ ସାଥି ହୋଇ,

ଆଜି କିନ୍ତୁ ଆମେ ସବୁ ସାଙ୍ଗମାନେ

ବହୁ ଦୂରେ ଅଛୁ ରହି,,।।

କିଏ ପଢୁଅଛି ଡିପ୍ଲୋମା ତ ସତେ

କିଏ ପଢେ ଆଇ.ଟି.ଆଇ,

ଆଉ କିଏ ପୁଣି କଲେଜ ଯାଉଛି

ଅଲଗା ଅଲଗା ହୋଇ ।।

ଅଝଟିଆ ସେଇ ପିଲାଦିନ କଥା

ମନେପଡ଼ିଗଲେ ଆଜି,

ଆଖି ଦୁଇ ମୋର ଛଳ ଛଳ ହୋଇ

ଲୁହରେ ଯାଉଛି ଭିଜି ।।

ଜାଣିନାହିଁ ମୁଁ ଯେ ଆମେ ସବୁ ସାଙ୍ଗ

ହୋଇବୁ ଏକାଠି କେବେ,

ସମସ୍ତଙ୍କଠାରୁ ଦୂରରେ ରହି ମୁଁ

ମନରେ ମନରେ ଭାବେ ।।

ମିଥୁନ୍ ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational