STORYMIRROR

Mithun Sahu

Others

3  

Mithun Sahu

Others

ଜିତିବି ପ୍ରେମର ବାଜି

ଜିତିବି ପ୍ରେମର ବାଜି

1 min
5.6K


ସପନ ସିନା ମୁଁ ଦେଖେ ତୁମ ପାଇଁ
ଦିନରାତି ଚେଇଁ ଚେଇଁ,
ଡରଲାଗେ ପୁଣି କାଳେ ମୋ ସପନ
ଅଧାରେ ହିଁ ଯିବ ରହି,,।।
ହୃଦୟର କଥା ତୁମରି ପାଖରେ
ଆଜିବି ପାରିନି କହି,
କେମିତି କହିବି ଭାବୁଥାଏ ବସି
ନିଜେ ବୁଝିପାରୁନାହିଁ,,।।
ତୁମରି ସାଥିରେ ଲେଖିବାକୁ ଚାହେଁ
ପ୍ରେମର ନୁଆଁ କାହାଣୀ,
ସେଇ କାହାଣୀରେ ମୁଁ ହେବି ରାଜା
ତୁମେ ହେବ ମୋର ରାଣୀ,,।।
ତୁମ କଥା ଭାବି ଭୁଲି ଯାଇଅଛି
ନିଜକୁ ମୁଁ ନିଜେ ଆଜି,
ସପନ ଯଦି ମୋ ସତ ହେଇଯିବି
ଜିତିବି ପ୍ରେମର ବାଜି,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍