STORYMIRROR

Mithun Sahu

Others Tragedy

3  

Mithun Sahu

Others Tragedy

ନାଆଁଟି ମୋର କଲମ

ନାଆଁଟି ମୋର କଲମ

1 min
14.1K


ଏମିତି ମୁଁ ଏକ ଜିନିଷଟେ ଦେଖ
ନାଆଁଟି ମୋର କଲମ,
ନୁହେଁ ଆଉ କିଛି ଲେଖିବା ହେଉଛି
ଏହାହିଁ ମୋର କରମ,,।।

କାଳୀ ଥିବାଯାଏଁ ମତେ ତ ସଭିଏଁ
ପାଉଥାନ୍ତି କେତେ ଭଲ,
ସରିଗଲା ପରେ କିଏବା ପଚାରେ
ନଥାଏ କିଛି ମୋ ମୂଲ,,।।

ହାତେ ଧରି ମତେ ଲେଖୁଛନ୍ତି କେତେ
ହୃଦୟ ଭିତର କଥା,
କାହାକୁ କେବେବି ପର ମୁଁ ନଭାବି
ସଭିଙ୍କୁ ଭାବେ ମିତ୍ରତା,,।।

କବିର ଭାବରୁ କଲମ ମୁନରୁ
ଝରିପଡ଼େ କେତେ ଲେଖା,
କବିଟିଏ ମତେ ଭାବୁଥାଏ ସତେ
ସବୁବେଳେ ତାର ସଖା,,।।

ହୁଏ କାହାପାଇଁ ଖେଳନାଟେ ମୁହିଁ
ଜୀବନ ପୁଣି କାହାର,
ସଭିଏଁ ମୋ ପାଇଁ ସମାନ ଅଟଇ
ନାଆଁଟି କଲମ ମୋର,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍