STORYMIRROR

Mithun Sahu

Inspirational

2  

Mithun Sahu

Inspirational

ବୀର ପୁତ୍ର

ବୀର ପୁତ୍ର

1 min
13.5K


ଭାରତବାସୀ ଯେ ଗର୍ବ କରୁଛନ୍ତି

ତୋ ପରି ସୈନିକ ପାଇ,

ଦେଶପାଇଁ ତୁ ଯେ ଲଢେ଼ଇ କରୁଛୁ

ଦୃଢ଼ ଶପଥକୁ ନେଇ ।।

ମନରେ ତୋହର ସାହସକୁ ରଖି

ଭାରତର ଟେକ ଧରି,

ଧୈର୍ଯ୍ୟର ସହିତ ଆଗେଇ ଚାଲିଛୁ

ନିଜକୁ ତୁ ତ୍ୟାଗକରି,,।।

ଶତ୍ରୁର ଭୟରେ କେବେବି ତୁ ଥରେ

ପଛକୁ ଯେ ଫେରିନାହୁଁ,

ସବୁବେଳେ ତୁ ଯେ ଭାରତ ମାତାର

ଜୟ ଗାନ କରିଥାଉ ।।

ସ୍ୱଚ୍ଛ ମନ ତୋର ନାହିଁ ଡର ଭୟ

ହୃଦୟ ଅଟେ ପବିତ୍ର,

ଦେଶବାସୀ ଆଜି କହୁଛନ୍ତି ସତେ

ତୁହିଁ ଏକା ବୀର ପୁତ୍ର,,।।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational