STORYMIRROR

Mithun Sahu

Inspirational

2  

Mithun Sahu

Inspirational

ଆସ ଲଗାଇବା ଗଛ

ଆସ ଲଗାଇବା ଗଛ

1 min
14.1K


ଦିଶିବ ସୁନ୍ଦର ଆମ ପରିବେଶ

ଲଗାଇବା ଯଦି ଗଛ,

ଆସିବନି ମାଡି ବିପତ୍ତି କେବେବି

ସତ ଇଏ ନୁହଁ ମିଛ,,।।

ସୁରକ୍ଷିତ ଆମେ ରହିବା ସର୍ବଦା

ମିଶାଇବା ଯଦି ହାତ,

ପ୍ରଦୂଷିତ କେବେ ହେବନାହିଁ ସତେ

ସମଗ୍ର ଏହି ଜଗତ,,।।

ଭୁଲିଯିବା ନାହିଁ କେବେବି ଯେ ଆମେ

ଅଛି ବୋଲି ତା ଜୀବନ,

ବଞ୍ଚିବା ପାଇଁକି ତା ଠାରୁ ସମସ୍ତେ

ପାଉଛନ୍ତି ଅମ୍ଳଜାନ,,।।

ଶତ୍ରୁ ସିଏ କେବେ ନୁହଁଇ କାହାର

ସବୁବେଳେ ଆମ ମିତ୍ର,

ଆସ ଆଜି ଆମେ ଲଗାଇବା ଗଛ

ସଭିଏଁ ହୋଇ ଏକତ୍ର,,।।


ମିଥୁନ୍ ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational