STORYMIRROR

Mithun Sahu

Inspirational

2  

Mithun Sahu

Inspirational

ଆସ ଲଗାଇବା ଗଛ

ଆସ ଲଗାଇବା ଗଛ

1 min
14K


ଦିଶିବ ସୁନ୍ଦର ଆମ ପରିବେଶ

ଲଗାଇବା ଯଦି ଗଛ,

ଆସିବନି ମାଡି ବିପତ୍ତି କେବେବି

ସତ ଇଏ ନୁହଁ ମିଛ,,।।

ସୁରକ୍ଷିତ ଆମେ ରହିବା ସର୍ବଦା

ମିଶାଇବା ଯଦି ହାତ,

ପ୍ରଦୂଷିତ କେବେ ହେବନାହିଁ ସତେ

ସମଗ୍ର ଏହି ଜଗତ,,।।

ଭୁଲିଯିବା ନାହିଁ କେବେବି ଯେ ଆମେ

ଅଛି ବୋଲି ତା ଜୀବନ,

ବଞ୍ଚିବା ପାଇଁକି ତା ଠାରୁ ସମସ୍ତେ

ପାଉଛନ୍ତି ଅମ୍ଳଜାନ,,।।

ଶତ୍ରୁ ସିଏ କେବେ ନୁହଁଇ କାହାର

ସବୁବେଳେ ଆମ ମିତ୍ର,

ଆସ ଆଜି ଆମେ ଲଗାଇବା ଗଛ

ସଭିଏଁ ହୋଇ ଏକତ୍ର,,।।


ମିଥୁନ୍ ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


Rate this content
Log in

Similar oriya poem from Inspirational