STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମନେ ରଖିଥାଅ କଥାଟି

ମନେ ରଖିଥାଅ କଥାଟି

1 min
146

ମନେ ରଖିଥାଅ କଥାଟି ଏକ ଦୁଇ ତିନି ଚାରି ପାଞ୍ଚ ଛଅ ଏପରି ହୋଇବ ଦଅଶ ଦେଖି ପଢି ଶୁଣି ନଗ୍ରଜନ ତୁମେ ଉଡାଅନା ନିଜ ହୋଅସ। ବିଦେଶ ଭ୍ରମଣ ସାରି ଯେ ଫେରିଛି ଭୂତାଣୁଟା ଥିଲେ ସାଥିରେ ତାଲାବନ୍ଦ ବେଳେ ଲକ୍ଷଣ ପ୍ରକାଶି ବାହାରିବ ନିଶ୍ଚେ ଦେହରେ। ବିଦେଶ ଫେରନ୍ତା ପୁଅଝିଅ ଠାରୁ ଥିଲେ ବନ୍ଧୁ ତୁମେ ଦୂରେଇ ଗୋଷ୍ଠୀ ସଂକ୍ରମଣ ନହେବ ବାବୁରେ ରୋଗ ପାରିବନି ଡରେଇ। ଦିନେ ଅଧେ ନୁହେଁ ଅନେକ ଦିନରେ ପ୍ରକାଶ ପାଉଛି ଲକ୍ଷଣ ଦେଖି ଚାହିଁକରି ସେନେହ ପାଶୋରି ଦେଶ ସ୍ବାର୍ଥ କର ବରଣ। ସଙ୍ଗରୋଧ କରି ଅଲଗା ରହିବ ନିୟମ କରିବ ପାଳନ ସାମାଜିକ ଭାବେ ଦୂରତ୍ବ ବଜାୟ ହାତଧୁଅ ମାରି ସାବୁନ। ସନ୍ଦିଗ୍ଧ ବ୍ୟକ୍ତିର ଜାମାପଟା କଂସା ଶୌଚାଳୟ ବାସ ଘରଟା ସ୍ୱଚ୍ଛ ରହିଥିଲେ ସୁଫଳଟି ମିଳେ ମନେରଖ ସୁନା ଧନଟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract