STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ମନେ ପଡେ ସେହି କଥା

ମନେ ପଡେ ସେହି କଥା

1 min
205


ଏବେ ତୁମେ ଯେତେବେଳେ ଆସ 

   ମନେପଡେ ସେହି କଥା,

ନୁହେଁ ସେ ପ୍ରେମର ସ୍ମୃତିଫରୁଆ କି

   ସବୁଜିମା ଭରା ବ୍ୟଥା,

   ରଜ ଆସୁ ଆସୁ ଆସ

ଘଷିଭାଡି ସବୁ କଳା ଜରି ତଳେ

  ହେଉଥାନ୍ତି କଥାବାର୍ତ୍ତା।

  ମନେପଡେ ସେହି କଥା


କଷରା ବଳିଆ ବଳଦ ଦୁହିଁଙ୍କ

    ପେଟ ପୁରିଯାଏ ସତ,

ଖାଇସାରି ଟିକେ ଶୋଇବା ପାଇଁ କି

   ଗୁହାଳେ ପାଣିର ସ୍ରୋତ,

   ତୁମେ ଆସୁ ଆସୁ ଦୁଃଖ

ଚାନ୍ଦ ଘୁଙ୍ଗୁରି ମୋ ଗେହ୍ଲୀ ମାଆ ପୁଅ

     ତଥାପି ଥାନ୍ତି ଆଶ୍ବସ୍ତ ।।


ତୁମେ ଆସୁ ଆସୁ ଗାଆଁ ମୁଣ୍ଡ ବର-

    ଗଛ ତଳେ କେତେ ଭେଟ,

ସାଧବ ବୋହୁର ନାଲି ଟୁକୁଟୁକୁ 

     ଜନ୍ଦା ପିମ୍ପୁଡି ସହିତ,

  ନଈ ନାଳ ଜଳ ସ୍ରୋତ

ଶୁକୁଟା ମାନଙ୍କ ମାଟିକାନ୍ଥ ସବୁ

   ଉବୁଟୁବୁ ଭୟଭୀତ ।।


ତୁମେ ଆସୁ ଆସୁ ଗାଆଁର ଦାଣ୍ଡରେ

   ଚାଳପାଣି ନାଳପାଣି,

ପୃଷ୍ଠା ପରେ ପୃଷ୍ଠା ଡଙ୍ଗା ରୂପ ପାଇଁ

   ଚିରି ଦିଏ ଜାଣି ଜାଣି,

   ଲୁଚି ମୁଁ ଭସାଉ ଥାଏ

ସେପଟେ ସୁରିଆ କାଠ ଡଙ୍ଗା ଧରି

   ସଭିଙ୍କୁ ପାରି କରାଏ ।।


ବିଳମ୍ବରେ ଅବା ବେଗି ବେଗି ହେଉ

  ଯେଉଁ ସମୟରେ ଆସ,

କେଜାଣି କାହିଁକି ଚୋରି କରି ଥାଅ

   କେତେ ଜଣ ଓଠ ହସ,

 ପୁଣି ଭରିଦିଅ ହସ

ଆସିବା ଯିବାର ସମୟ ଭିତରେ

  ତୁମେ ଯେ ଧସେଇ ପଶ ।

ବିଳମ୍ବରେ ଅବା ବେଗି ବେଗି ହେଉ

  ଯେଉଁ ସମୟରେ ଆସ ।


Rate this content
Log in

Similar oriya poem from Inspirational