STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ମନେ ପଡେ ଆଜି

ମନେ ପଡେ ଆଜି

1 min
379

ମନେ ପଡେ ଆଜି ଗୁରୁଙ୍କର କଥା

ମନେ ପଡେ ସେହି ଦିନ

ଉପଦେଶ ଛଳେ ଦେଉଥିଲେ କେତେ

ନୀତିଶିକ୍ଷା ପ୍ରତିଦିନ


ସେହି ବାର୍ତ୍ତା ଆଜି ଜୀବନେ ସାଜିଛି

ହୋଇ ମୋ ଅମଘ ଅସ୍ତ୍ର

କାଟି ପାରୁନାହିଁ ଦୁନିଆରେ କେହି

ପାରୁନି କାଟି ଯେ ଶସ୍ତ୍ର


କେମିତି ଭୁଲିବି ଅମର ସେ କଥା

ଅକାଟ୍ୟ ସେହି ବଚନ

ଦ୍ଵିତୀୟ ଈଶ୍ୱର ଜୀବନରେ ମୋର

ନେଇ ଗଲ ମଧୁବନ


ଆଖିରେ ତାଙ୍କର ଦୁନିଆ ଦେଖିଲି

କହିଲି ଶୁଣି ଯେ କଥା

ତାଙ୍କ ଶ୍ରୀ ଚରଣରେ ମୁହିଁ ଅଙ୍କିଚନେ

ନୁଆଁଏ ମୁଁ ସଦା ମଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract