STORYMIRROR

sudhakar sethi

Abstract

3  

sudhakar sethi

Abstract

ମନ୍ଦାର ମାଳିନୀ

ମନ୍ଦାର ମାଳିନୀ

1 min
494


ମାଲୋ ତୁ ହେବୁକି ସହା 

ମୋ ମନ୍ଦାର ମାଳିନୀ ମା

ଦୁଃଖି ରଙ୍କିଙ୍କ ଅଭୟ ଦାୟିନି 

ଟେକି ଥାଉ ବେନି ବାହା

 ମୋ ମନ୍ଦାର ମାଳିନୀ ମା

ତୁ ହେବୁକି ଲୋ ମୋତେ ସହା


ତ ଦୁଆରକୁ ଆସିଛି ମୁଁ ଧାଇଁ

ମା ମନରେ ନେଇ ଆଶା  

ଦୁଃଖ ଜଞ୍ଜାଳରେ ଷଢୁଛି ଏମିତି

ପାଉନି ଆଉ ଭରସା

ମା ପାଉନି ଆଉ ଭରସା


ଜଗତ ମୋହୁଛୁ ସକଳେ ତାରୁଛୁ

ମୋ ପାଇଁ କିଆଁ ପଥର

ମା ମୋ ପାଇଁ କିଆଁ ପଥର

ମୋ ଦୁଃଖକି ଅଛପା ତ ପାଖେ

କାହିଁକି ଆଜି ମଉନ

ମା କାହିଁକି ଆଜି ମଉନ


ଦୁଃଖର ପାହାଡ ପଡିଅଛି ଖସି

ପାଉନି କୂଳ କିନାରା 

ଅତି ବିକଳରେ ଆସିଛି ମୁଁ ଧାଇଁ

ଦେ ଲୋ ଟିକେ କରୁଣା 

ମା ଦେ ଲୋ ଟିକେ କରୁଣା

ମୋ ମନ୍ଦାର ମାଳିନୀ ମା


ବାଲେଶ୍ବରରୁ ସକାଳୁ ବାହାରିଛି

ଭେଟିବାକୁ ମା ତୋତେ

କରୁଣାର ଧାରା ବୁହାଇଦେ ମା

ଏ ଜୀବନ ପଥେ ପଥେ

 ମା ଏ ଜୀବନ ପଥେ ପଥେ


କେତେ ଗାଡି ଘୋଡା ମଟର ଶଗଡ

ଦେଖି ମୁଁ ହେଲି ଛାନିଆ 

ମା ଦେଖି ମୁଁ ହେଲି ଛାନିଆ

ଆଖି ପାଉନାହିଁ ସାହାସ ହେଉନି

ପଥ କହିଦେ ଲୋ ମା 

ମୋ ମନ୍ଦାର ମାଳିନୀ ମା

ହେବୁକି ଲୋ ମୋତେ ସହା

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract