STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ମନ ତୁହି ଜପ ନିତି

ମନ ତୁହି ଜପ ନିତି

1 min
112

ରାମ ନାମ ସତ ଆଉ ଜଗତ ମିଛ

ମନ ତୁହି ଜପୁ ଥାରେ ସେ ନାମ ନିତ୍ଯ

ମରା ମରା ଜପି ଜପି ରତ୍ନାକର ହେଲା ବାଲ୍ମୀକି

ସବରୀ ଅଇଁଠା କୋଳି ଦେଇ ହେଲା ମୁକତି ପାଷାଣ ଅହଲ୍ଯା ପୁଣିଶାପରୁ ମୁକ୍ତି  

ରାମ ନାମେ ଅଛି ଧନ ଅମାପ ଶକ୍ତି 

ମିଛେ ଯାକୁ ପୁଅ କହି ସେନେହେ ପାଳୁ

ଜୀବ ଗଲେ ଦିଏମୁହେଁ ନିଆଁ ଦେଖୁକି ନପାରୁ

ରାମନାମ ନାମ ଆଜି ଶୁଭି ଯାଉଛି

ରାମ ରାଇଜ ସପନ ସତ ଲାଗୁଛି 

କିସ ଅଛି ଦେବାପାଇଁ ପ୍ରଭୁଙ୍କ ଲାଗି

ତନ ମନ ଧନ ପରା ଦାନ ତାଙ୍କରି

ମିଛେ ମଣିଷ କହଇ ମୋର ବୋଲି

ତାଙ୍କର ଦରବ ତାଙ୍କୁ ସମର୍ପି ଦେବା

ଶ୍ରୀ ରାମ ଜୟ ରାମ ନାମ ଗାଇ ଯିବା 

ଏ ଭବ ସାଗରୁ ଆମେ ତରି ତ ଯିବା

ଜନମରୁ ମରଣ ତ ଗୋଟିଏ ସତ

ରାମ ନାମ ସତ ଆଉ ମିଛ ଜଗତ

ମନ ତୁହି ଜପୁ ଥା ରେ ସେ ନାମ ନିତ୍ଯ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics