STORYMIRROR

Sanuja Meghamala

Classics

3  

Sanuja Meghamala

Classics

ମନ କଥା

ମନ କଥା

1 min
236

ତୁମେ ଆସିବ ବୋଲି

ରୁଦ୍ଧ ମୋ ମନର ଦୁଆର ଖୋଲି

କେତେ ରଙ୍ଗର ମୁରୁଜ ବୁଣିଥିଲି

ସବୁ ଶଙ୍କା ଓ ସଂଶୟକୁ ଦୂର କରି

ଘଣ୍ଟ , ମାଦଳ, ଶଙ୍ଖ ହୁଳହୁଳି

ଚଣ୍ଡିପାଠ ମନ୍ତ୍ର ଆଉ ଯଜ୍ଞ ର

ହୋ ହାଲ୍ଲା ଗହଳ .... ଚହଳ ରେ

ମୁଣ୍ମୟ ମୂର୍ତ୍ତୀ ରେ ପ୍ରାଣ ଭରି

କେତେ ସ୍ଵପ୍ନ ପୁଣିକେତେ ବିଶ୍ୱାସ

କୁ ଜାବୁଡି , ଜୀବନ ଚଲାପଥରେ

ଆଗେଇଯିବାର ପ୍ରେରଣା ଦେଇ

ଅଗଣା ରେ ଇନ୍ଦ୍ରଧନୁ ର ରଙ୍ଗକୁ ବିଛେଇ

ତୁମେ ଆସିଲ .... ମା

ତୁମ ର ଭଜନ କୀର୍ତ୍ତନ

ଓଷା ଉପବାସ , ମେଳା ମଉଛବ

ମନ୍ଦିର ,ମଣ୍ଡପ ଅତ୍ର ତତ୍ର ସର୍ବତ୍ର

ପ୍ରତି ମୁହୂର୍ତ୍ତ ରେ ଅସୁର ବିନାଶ ବାର୍ତ୍ତା

ଏବେ କିନ୍ତୁ .. ମୁଁ ଭାବୁଥିଲି........ବୋଧେ

ଏଠି ଗୋଟେ ନୂଆ ସ୍ବର୍ଗ ତିଆରି ହେଲା

ଯେଉଁଠି ଆଉ ଦେଖିବାକୁ ମିଳିବନି

ଲୋଭ, ମୋହ, କାମ  ,କ୍ରୋଧ

ନିନ୍ଦା , ମିଥ୍ୟା, ଘୃଣା ହିଂସା

ଅସତ୍ୟ ଅବା  ପରଶ୍ରୀକାତରତା

କିନ୍ତୁ ହାୟ.... ଏହା ଠାରୁ ବଳି ବଡ଼ ଦୁଃଖ କଣ

ସଭ୍ୟ ଏ ମଣିଷ ର ମୁଖା ତଳେ

ପ୍ରତିଦିନ ଦାନବ ଯେ ହୋରି ଖେଳେ

 ଆପଣା ର ରକ୍ତ ରେ

ଅସୁର ଟା ତାର ଶହେ ମୁଖ ଖୋଲି

ବିକଟାଳ ସୃଷ୍ଟି କରେ ..ପ୍ରତି ମୁହୂର୍ତ୍ତରେ

ପ୍ରତ୍ୟେକ ମଣିଷ ର ଛାତି ତଳେ

ନିଜେ କରେ କାମନା ର ଯଜ୍ଞ

ଆପଣା ଜନ କୁ ଆହୂତି ଦେଇ

ଯେତେ ମିଛ ପ୍ରତିଶ୍ରୁତି ସ୍ବାର୍ଥ ସିଦ୍ଧି ପାଇଁ

ସତେ କଣ ଅସୁର ବିନାଶ ସମ୍ଭବ

ଆଜି ଏହି ଧରା ପରେ

କୋଳାହଳ ନରମି ଗଲାଣି

ଭିଡ ନାହିଁ ମନ୍ଦିର ମଣ୍ଡପ

ଅବା ସଡ଼କ ରେ

ଏବେ ଫେରିଯାଅ ତୁମେ

ନେଇ ନିଶବ୍ଦ ମେଲାଣି

ଆସିବାକୁ ଯେତେ ଆୟୋଜନ

ଯିବା ବେଳେ ହାତ ଗଣତି କିଛି

ମାତ୍ର ଦିଅନ୍ତି ବିଦାୟ

ସମସ୍ତେ ବ୍ୟସ୍ତ ଆଉ ବ୍ୟଗ୍ର

ନିଜ ତେଲ ଲୁଣ ସଂସାର ର 

ଧରା ବନ୍ଧା  ରୁଟିନ ଭିତରେ

ନିଜ ମନ ଭିତରେ ପ୍ରତିଜ୍ଞା

କରି ଛାତିରେ ହାତ ରଖି   

କୁହନ୍ତୁ ତ... ଥରେ ଦମ୍ଭର ସହ

ମାଆ ଫେରିବା ବେଳେ କଥା ଦଉଚି

"ମୁଁ ମୋ ଭିତର ର ଅସୁର କୁ (ଅସୁର

କ୍ରୋଧ, ମିଥ୍ୟା , ଲୋଭ , ପାପ ଇତ୍ୟାଦି )

ବିନାଶ କରିବି

ଯାହା ହେବ ଦେବୀ ଆରାଧନା ର ପ୍ରଥମ ଅର୍ଘ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics