STORYMIRROR

Suresh chandra Padhy

Classics

2  

Suresh chandra Padhy

Classics

ମନ ଝୁଲଣା

ମନ ଝୁଲଣା

1 min
105


ମନ ଝୁଲଣାରେ ଝୁଲୁଅଛ ତୁମେ 

  କଳା କନହେଇ ମୋ କଳା କନହେଇ

ରାଧାଙ୍କ ସାଥିରେ ତୁମେ ଝୁଲଣରେ

ଝୁଲୁଅଛ ମୋର କଳା କନହେଇ

 ଶ୍ରଦ୍ଧା ଦଉଡ଼ି କୁ ହାତରେ ଧରିଛି

ବିସ୍ଵାଶ ଝୁଲାରେ ଝୁଲା ଇ ଦେଉଛି

ଦେହ ମନ୍ଦିରରେ ହୃଦୟ କନ୍ଦରେ

ଝୁଲୁଅଛ ମୋର କଳାକନହେଇ

 ଭକତି ଦିପକୁ ଚରଣେ ଜାଳିଛି

 ଭାବର ଫୁଲରେ ସଜାଇ ଦେଇଛି

ପ୍ରେମ କଦମ୍ୱ ରେ ଭକତ ମେଳରେ 

ଝୁଲୁଅଛ ମୋର କଳାକନହେଇ

ମନ ଝୁଲଣାରେ ଝୁଲୁଅଛ ତୁମେ କଳା କନହେଇ

ମୋ କଳା କନହେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics