ମନ ଦେଇଥିଲି ମନୁଆଁ ଦିଅଁଙ୍କୁ
ମନ ଦେଇଥିଲି ମନୁଆଁ ଦିଅଁଙ୍କୁ
ମନ ଦେଇଥୁଲି ମନୁଆଁ ଦଅଁଙ୍କୁ ମୋର ମନ ଜାଣେ ବୋଲି,
କେବଳ ଜଣଙ୍କୁ ମୋ ମନ ବେଦନା କହୁଛି ସିନା ମୁଁ ଖୋଲି ।
ସଂସାର ମାୟାରେ ଯେତେ ଘାଣ୍ଟି ହେଲେ କିଏ କହିବେନି ଆହା
ଦୀନବନ୍ଧୁ ନାମେ ଜଣେ ଏକା ବନ୍ଧୁ ସିଏ ସମସ୍ତଙ୍କ ସାହା ।
ଥରେ ହେଲେ ମନଦେଇ ତାକୁ ଡାକ ସିଏ ଡେରିଥ୍ଯ କାନ
ଆଉ କିଏ ନାହିଁ କେବେ ଶୁଣିବାକୁ ଜାଣିବାକୁ କାର ମନ ।
ଦୟାର ବାରିଧି ପୁଣି କୃପାନିଧି କରୁଣା ସାଗର ହରି
ମାୟାଜାଲେ ହେବୁନାହିଁ ଛଟପଟ କରନ୍ତି ଅଚିରେ ପାରି ।
ସେ ମାୟା କରିଲେ କେହି ଜଣେ ନାହିଁ ତୋତେ କରିଦେବ ପାରି
ସେ ଯଦି ଚାହିଁବେ ସବୁ ତ ସମ୍ଭବ ପଙ୍ଗୁ ଲଙ୍ଘିପାରେ ଗିରି ।
ଦୁବକୁ ସେ ଦାରୁ କରି ତ ପାରନ୍ତି ନିମ୍ବ ହୁଅଇ ଚନ୍ଦନ
ମୁକ କହେ କଥା ନାଚେ ବନଲତା ସାଥ୍ରେ ନନ୍ଦନନ୍ଦନ ।
ଆକାଶରୁ ଝରେ ବାରିଧାରା ଯେତେ ସବୁ ତାଙ୍କ ଦୟାବଳେ
ଫୁଲରେ ଫୁଲରେ ମହକ ଛୁଟଇ ନଉକା ଭାଷଇ ଜଳେ ।
ଯେତେ ଯେତେ ସବୁ ଆଗେ ଦିଶେ ସବୁ ତାଙ୍କରି ଭିଆଣ
ଦିନଜନେ ସିଏ ଦୟାକରି ଥାନ୍ତି ମାଗିଛି ଯିଏ ଶରଣ ।
ସବୁ କପାଳକୁ ତୁମେ ସିନା ଲେଖ ତୁମେ ଏକା ମୋ ବିଧାତା
ତୁମେ ସବୁ କରି କରାଉ ଥାଅ ହେ ତୁମେ ମାତ୍ର ମୋ ଦେବତା ।
ମନଦେଇ ମନ ନେଇ ଜାଣ ତୁମେ, ତୁମେ ମୋ ମନୁଆଁ ଦିଅଁ
ତୁମରି ନାଁ ରେ ମୋ ଦିନ ଆରମ୍ଭ ହୁଏ ଦେଖ୍ ତୁମ ମୁହଁ ।
