STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ମନ ଅଛି ମୋର ମସ୍ତ

ମନ ଅଛି ମୋର ମସ୍ତ

1 min
185


ମନ ଅଛି ମୋର ମସ୍ତ ଏବେ, କାହିଁକି ମୁଁ କଥା ହେବି,

ହିରା ପାଇଲି, ଗଣ୍ଠିଲି କଲି, କାହିଁ ପୁନଶ୍ଚ ଖୋଲିବି । 

ଲଘୁ ତରାଜୁ ହୋଇଲା ଗୁରୁ, କାହିଁକି ମାପିବି ତେବେ । 

ଖୁସି ମଦିରା ପିଇଲି ମୁହିଁ, ମୁଖରେ ଆନନ୍ଦ ଖେଳେ ।

ମାନସ ସରୋବରର ହଂସ, ଅଳ୍ପ ଜଳରେ କି ହେଳେ? 

ତୋର ମାଲିକ ଘଟରେ ସ୍ଥିତ, ବହିଃ ଚକ୍ଷୁ କାହିଁ ଖୋଲ?

କବୀର କହେ ଶୁଣନ୍ତୁ ସାଧୁ, ଯେମିତି ମଞ୍ଜିରେ ତେଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics