Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ମମତାର ଫୁଲ

ମମତାର ଫୁଲ

1 min
209



ମମତାର ଫୁଲ ଅତି ସୁକୋମଳ

ଅତୁଲ୍ଯ ଅମୁଲ୍ଯ ମୁଲ

ଲୋଡଇ ଶୈଶବ ସୁକୋମଳ ସେନେହ

ସମାଜ ଯତ୍ନ ଆଦର ।

ଅମୃତର ସୃଷ୍ଟି ସନ୍ତାନସନ୍ତତି

ଈଶ୍ବରଙ୍କ ଅବଦାନ

ବିକୃତ ଭାବନା ଲିଙ୍ଗ ଭେଦାଭେଦ 

ସୁକନ୍ଯା ସୁଖ କାରଣ ।

ଅଲୋଡା ନୁହଁଇ ପୁତ୍ରୀ ଅଲୀଅଳି

କନ୍ଯାରତ୍ନ ସୁକୁମାରୀ

ଜନକ ଜନନୀ ଅଞ୍ଜଳିକୁ ପାତି

ସୁମନାକୁ ନିଅ ତୋଳି ।

ଝିଅଟିଏ ବୋଲି ଲାଳନପାଳନେ

କରନାହିଁ ହତାଦର

ତା ପ୍ରତି ଅନ୍ଯାୟ କଲେ ଆଚରଣ 

ପାପେ ହେବ ଭାଗୀଦାର ।

ଆଲୋକ ଉଜ୍ଜ୍ବଳେ ଦିଅ ବଞ୍ଚିବାକୁ

କନ୍ୟାକୁ ସମ ସୁଯୋଗ

ଚାହିଁଲେ ଈଶ୍ବର ଅର୍ଜି ଯଶକୀର୍ତ୍ତି

ସୁକନ୍ଯା ନାମ ରଖିବ ।

   



Rate this content
Log in

Similar oriya poem from Action