Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action Inspirational

4.5  

Lopamudra Parida

Action Inspirational

ଚିଠି ତୁମ ପାଇଁ

ଚିଠି ତୁମ ପାଇଁ

1 min
413


ମୁଁ ଆବଦ୍ଧହୀନ କିଛି ଗୋଟେ

ହବାର ଜିଦ୍ ରେ ଥିଲି, 

କଣ ହେବି ଖୋଜୁଥିଲି 

ପବନରେ ବି ବାଡ ପକା ସରିଥିଲା

ଏଇ ଲାଗେ ଲାଗେ

କାନଭାସ ଟେ ହେଇଗଲି ।


ମୁଁ ସଂଳାପ ନଥିବା ଶବ୍ଦ ମୟତା 

ହେବି ବୋଲି ଠାଣିଲି ,

ମଞ୍ଚ ସାରା ଚରିତ୍ର ଙ୍କ ଖୁବ୍ ଗହଳି 

ନ ଦିଶୁଥିବା କିଛି ଗୋଟେ ପାଇଁ ଯାଗା ନଥିଲା ସେଠି ।

ମୁଁ ଅନୁଭବ ଟେ ତିଆରିଲି ।


କିଏ କହେ ! ସବୁ ସମୟ ତୁମର, 

ସେଠି ବି " ଯଦି " ଟିଏ ଥାଏ ଲୁକ୍କାୟିତ ।

ମୁଁ ଖାଲି ସ୍ଥିତି ଟିଏ ତ ଆଉ ହେଇପାରିନଥାନ୍ତି ନା !

ମୁଁ ସମର୍ପଣ ଟିଏ ଯୋଡିଲି ।


ଆଙ୍କୁ ଆଙ୍କୁ ଏ ନୀଳ ରୁ ସେ ନୀଳ ଯାଏ,

ନୀଳ ରଙ୍ଗ ଅସରା ଥିଲା ।

" ବିନା ନୀଳରେ କାନଭାସ କାଇଁ !" 

କହୁଥିବା ତୁମେ ଫିଟିପଡୁଥିଲ ଜଳକଣା ସାଜି

ନୀଳବିନ୍ଦୁ ରୁ

ମୁଁ ନୀଳ ରଙ୍ଗ ସବୁ ଲିଭେଇ ଦେଲି 

ତୁମ ହାତ ଧରିବାର ଥିଲା ଯେ ।

ସେଠି ମୁଁ କେବଳ ସାହାସ ଟିଏ ଥିଲି ।।



Rate this content
Log in

Similar oriya poem from Action