ନୂଆ ଗଛ କଣ କହିଲା
ନୂଆ ଗଛ କଣ କହିଲା
ପୋଖରୀ ତୁଠରେ ନୂଆ ଗଛଟି
କହିଲା ମତେ ଡାକି
ଚାହେଁ ଲେଖିବାକୁ ଇସ୍ତାହାର ଗୋଟେ
ପତ୍ରରେ ଦେବୁକି ଲେଖି
ମଣିଷର ସବୁ ଦସ୍ତୁର ଦେବିକି ଲେଖି
ମଣିଷପଣିଆ ହେଲାଣି ପାଣିଆ
କହିଲା ଗଛ କେଡେ ତୁ ବୋକି
ଜଙ୍ଗଲ ସୁରକ୍ଷା ପ୍ରକୃତି ସଂରକ୍ଷଣ
ଚେତନା ଚୈତନ୍ୟ ଉଠୁ ଜାଗି
ଗଛଟି କହିଲା ଗାନ୍ଧି ଗୋପବନ୍ଧୁଙ୍କ ସ୍ମୃତିରେ
କିଛି ପାରୁନି ମଣିଷ ବୁଝି?
ସେଵା କାର୍ପଣ୍ୟ ମହୀତଳେ
କିବା ଅସାଧ୍ୟ୍ୟ ବାହୁବଳେ ଦେବିକି ବକଳେ ଲେଖି
ହସି ଗଛ କହେ ବନ୍ଧୁପଣ ଆଉ କାହିଁ
ଏଯାବତ ଚାହିଁ ଚାହିଁ
ଗଛରୁ ମଞ୍ଜି ନା ମଞ୍ଜିରୁ ଗଛ
କହିପାରିବୁକି ତୁହି?
ସନ୍ତୁଳନ ରହୁନାହିଁ ତୁମ କଥାରେ
ଅବା ବୁଝିପାରେ ନାହିଁ
ମଣିଷର ଆଚରଣ ଉଚ୍ଚାରଣ
କର୍ତ୍ତବ୍ୟ ପରାୟଣ
ଭାବ ଭକ୍ତି ଆଉ କାହିଁ
କେମିତି ବୁଝିବୁ ମଣିଷ ଜନମ ସାର୍ଥକତା
ଯଦି ବାକ୍ୟ ଓ କର୍ମରେ ନାହିଁ
ଢ଼ିମା ଆଖି ଫେଡ଼ି ଗଛକୁ ଅନାଇ
ଜୀବନ ମୋ ଅଧା, ଏଯାଏଁ ବୁଝିନାହିଁ
ଦିବ୍ୟ ଅନୁଭବ ସ୍ୱୟଂ ଚେତନା
ଜାଗୃତି ଜଗାଇ ଲେଖି ହେବ
ବନ୍ଦେ ମୋ ଦେଶ ଭାରତ ବର୍ଷ
ଗୁଳ୍ମଠାରୁ ଦ୍ରୁମ ପାହାଡ଼ ପର୍ବତ ନଈ
ଗଛ ସବୁଆଡେ ଯାଉ ଛାଇ
ଦେଉଥାଉ ଅମ୍ଳଯାନ ମଣିଷ ବଞ୍ଚିବା ପାଇଁ
ଅଧାରେ ଅନେକ ଅସୁବିଧା
ନୂଆ ଗଛ ହସୁଥିଲା ଠୋ ଠୋ
ପ୍ରତିଧ୍ୱନି ଶୁଣି ଲାଗୁଥିଲା ଏ ମଣିଷ
ବୁଝିବି ଅବୁଝା ହୁଏ କାହିଁ!