STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ମମତାର ନଗ୍ନ ପରିଭାଷା

ମମତାର ନଗ୍ନ ପରିଭାଷା

2 mins
13



ସଭ୍ୟ ସମାଜରେ ପ୍ରଗତିର ଧାରା

କ୍ରମେ ବିକଶିତ ପଥେ

ସ୍ନେହ ମମତାର ପରିଭାଷା ପ୍ରାୟ

ଚିତ୍ରିତ ବିକୃତ ପଥେ

ଆଜିକାଲି ମା'ର ମମତା ପ୍ରତି

ସନ୍ତାନର ହେୟ ଜ୍ଞାନ

ସ୍ନେହ ମମତାର ନଗ୍ନ ପରିଭାଷା

ସହଜରେ ଦୃଶ୍ୟମାନ

ସରଳ ଓ ଅଶିକ୍ଷିତ ମା'ର ସ୍ନେହ

ମମତା ପ୍ରତି ଆକ୍ଷେପ

ସଂସ୍କାର ବିହୁନେ ହୀନ ଚିନ୍ତାଧାରା

କ୍ରମେ ନିଏ ଘୃଣ୍ୟ ରୂପ ।


ପିତା ପୁତ୍ର ମାତା କଥୋପକଥନ

ପୁତ୍ରର କୃତିତ୍ୱ ଧାରେ

ଏକ ଦୃଷ୍ଟିପାତ ସହ ଜ୍ଞାତ ହେଉ

ଭବ୍ୟ ଘଟଣା କ୍ରମରେ 

ବିଦ୍ୟାଳୟ ତରଫରୁ ଫଳାଫଳ

ଘୋଷଣା ଶୁଣିବା ପରେ

ତା'ପରେ ତତ୍ପର ଭାବ ହେଲା ଜାତ

ଏକ ବିଦ୍ୟାର୍ଥୀ ମନରେ

ଦଶମ ପରୀକ୍ଷା ଫଳାଫଳ ଜାଣି

ଖୁସି କହିଲେ ନ ସରେ

ଶତକଡା ନବେ ନମ୍ବର ରଖିଛି

କହିଲା ବାପା ଆଗରେ

ବାପା କିନ୍ତୁ ଖୁସି ବାଣ୍ଟିବାକୁ ନିଜ

ଧର୍ମ ପତ୍ନୀକୁ ଡାକିଲେ

ଡାକ ଶୁଣି ମାଆ ରନ୍ଧା-ରନ୍ଧି ଛାଡ଼ି

ପାଖକୁ ଧାଇଁ ଆସିଲେ

"ଏହି ଦେଖ ଅଛି ନମ୍ବର ତାଲିକା "

ଶତକଡା ନବେ ଭାଗ

ଆମ ପୁଅ ଆଜି ଉତ୍ତୀର୍ଣ୍ଣ ହୋଇଛି

ମନ ମୋ ବଡ ସରାଗ

ବାପାଙ୍କର କଥା ଶୁଣି କହେ ପୁଅ

ମାଆ ପରା ଅଶିକ୍ଷିତ

ଶତକଡା କଥା କେମିତି ବୁଝିବ

ତୁମ କଥା ଆଚମ୍ବିତ

ମାଆ ହୃଦୟ ରେ ଆଘାତ ଲାଗିଲା

ରହିଲାନି ସେଠି ପୁଣି

ହସ ଲିଭିଗଲା ବାପାଙ୍କ ମୁଖରେ

ମାଆ ଅଶିକ୍ଷିତ ଶୁଣି

ପୁଅର ହାତକୁ ଧରି ଦୁଇ ହାତେ

ବସାଇ ନିଜ ପାଖରେ

ଅଶିକ୍ଷିତ ମା' ର କେତେ ଅବଦାନ

କହିଲେ ଆଖି ଲୁହରେ

ମାଆର ଗର୍ଭରେ ଥିଲା ବେଳେ ତୁହି

କେତେ ନିୟମ ମାନିଛି 

ସୁସ୍ଥ ହୋଇ ତୁହି ଜନ୍ମ ହେବା ପାଇଁ

ସୁଷମ ଖାଦ୍ୟ ଖାଇଛି

ଜନ୍ମ ହେଲା ପରେ ପ୍ରତି ମୁହୂର୍ତ୍ତରେ

ଛାଇ ପରି ପାଖେ ରହି

ଟିକେ ଅବହେଳା ଆଦୌ କରିନାହିଁ

ନିଜ କଥା ଭୁଲି ଯାଇ

କଥା କହିବା ଆଉ ଚାଲି ଶିଖିବା

ମାଆ ର ହିଁ ଅବଦାନ

ଜନ୍ମ ଦେଇ ତୋତେ କେତେ ଖୁସି ଅଛି

ସହଜ ନୁହେଁ ବର୍ଣ୍ଣନ

ଆହୁରି ଅନେକ କଥା ଲୁପ୍ତ ଅଛି

ସବୁ ତୋହରି ହିତରେ

ସବୁ ଦିନ ଦିଅଁ ଦେବତା ପୂଜନ

ତୋର ପ୍ରଗତି ଆଶାରେ

ବି

ଦ୍ୟାଳୟ ଯିବା କଥା ଶୁଣୁଶୁଣୁ

ତୋ ପସନ୍ଦ ଜଳଖିଆ

ରାତି ନ ପାହୁଣୁ ମାଆ ହାତ ରନ୍ଧା

ତୋ ପାଖରେ ହୁଏ ଥୁଆ

ପିଲା ପେଟ ଖାଲି ନ ରହିବା ଚିନ୍ତା

ମାଆ ଭାବେ ସବୁବେଳେ

ସେଥି ପାଇଁ ଠିକ୍ ସମୟରେ ଖାଦ୍ୟ

ପରଶେ ନିଜ ହାତରେ

ଜ୍ଵର ଅବା ଅନ୍ୟ କାରଣରୁ ଦେହ

ଯେବେ ଅସୁସ୍ଥ ହୁଅଇ

ଜଗି ରହି ପାଖେ ମନାସି ଦିଅଁଙ୍କୁ

ଅଖିଆ ଅପିଆ ରହି

ପଢା ବହି ଧରି ବସିଲେ ରାତିରେ

ମାଆ ଜଗି ଥାଏ ବସି

ବହି ପତ୍ର ଫିଙ୍ଗି ଶୋଇବାକୁ ଗଲେ

ମୁଣ୍ଡକୁ ଦିଏ ଆଉଁସି

ଆମର ଏ ମଧ୍ୟବିତ୍ତ ପରିବାର 

ଅଛି ଅନାଟନ ପ୍ରାୟ

ତଥାପି ସକଳ ସୁବିଧା ପାଇଛୁ

ଗହଣା ହୋଇ ବିକ୍ରୟ

ପର୍ବ ପର୍ବାଣୀରେ ନୂତନ ପୋଷାକ

ମାଆ ଜିଦ୍ କରି କିଣେ

ନିଜ ପାଇଁ ଲୁଗା ନୂଆ କିଣେ ନାହିଁ

ତୋ ପାଇଁ ଚିନ୍ତିତ ମନେ

ରୋଷେଇ କାମରେ ଦିନ ରାତି ବ୍ୟସ୍ତ

ବିଶ୍ରାମ ନାହିଁ ତାହାର

ନିଜ ଭଲ ମନ୍ଦ ରୁଚି ଓ ପସନ୍ଦ

କହେନି କାହା ଆଗର

ଏତେ ଅବଦାନ ମାଟିରେ ମିଶିଲା

ଅଶିକ୍ଷିତ ପଦ କହି

ଅଶିକ୍ଷିତ ମାଆ ଏତେ ଅବଦାନ

କରୁଅଛି କାହା ପାଇଁ !!!!

ବାପା କଥା ଶୁଣି କାନ୍ଦିଲା ପରାଣ

ଝରିଲା ଆଖିରୁ ଲୁହ

ମାଆ ଗୋଡ ତଳେ ପ୍ରଣିପାତ ହୋଇ

ଜଣାଇଲା ହୃଦ କୋହ

କ୍ଷମା କର ମାଆ,ଅଶିକ୍ଷିତ କହି

ଦେଇଛି ମନରେ ଦୁଃଖ

ଶତକଡା ନବେ ତୁମେ ହିଁ ରଖିଛ

ପାଠ ପଢି ମୁଁ ମୂରୁଖ

ପୁଅକୁ ଉଠାଇ ଛାତିରେ ଲଗାଇ

କାନ୍ଦି କହେ ମାଆ ଶୁଣ

ଅଶିକ୍ଷିତ ବୋଲି ଆଡେଇ ଦେବୁନି

ତୁହି ମୋ ଅଟୁ ଜୀବନ

ବାପା ମାଆ ପୁଅ କୋଳା-କୋଳି ହୋଇ

କାନ୍ଦିଲେ ଉଚ୍ଚ ସ୍ବରରେ

ମନ କଥା ଖୋଲି କହୁ ଥିଲା ପୁଅ

ଅନୁତପ୍ତ ହୃଦୟରେ

ଶପଥ କରିଲା ମାଆ ପାଦ ଛୁଇଁ

କହିବିନି ଆଉ କେବେ

ଅଶିକ୍ଷିତ ମାଆ ରକ୍ତ ମୋ ଦେହରେ

ତା' ଯୋଗୁଁ ଶହେରୁ ନବେ

ତା'ପରେ ଅନେକ ସଂସ୍କାର ସହିତ

ଚରିତ୍ର ହେଲା ସୁଧାର

ଧନ୍ୟ ସେହି ମାଆ ଅବଦାନ ବଳେ

ଶହେରୁ ନବେ ନମ୍ବର ।


ବାତ୍ସଲ୍ୟ ମମତା ସ୍ନେହ ଆଢ଼ୁଆଳେ 

ପ୍ରାୟ ହୃଦୟ ଜଡ଼ିତ 

ହେଲେ ହେଉ ଶିକ୍ଷିତ ବା ଅଶିକ୍ଷିତ

ମା' ହିଁ ବାତ୍ସଲ୍ୟ ର କ୍ଷେତ୍ର ।



Rate this content
Log in

Similar oriya poem from Drama