Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Tragedy

3  

ସୁରେନ୍ଦ୍ର ମିଶ୍ର

Tragedy

ମମତାମୟୀ "ମା"

ମମତାମୟୀ "ମା"

1 min
146



ସ୍ନେହମୟୀ ସେ ଅମୃତ ଧାରା

ସବୁ ସମ୍ପର୍କ ରୁ ଅଟଇ ନିଆଁରା ,

ନିତ୍ୟ ସତ୍ୟ ଅଟେ ସେ ସୃଜନକାରୀ

କୋଟି ପୂଜା ର ସର୍ବଦା ଅଧିକାରୀ,

ପଣତେ ଘୋଡେଇ ଦେଲେ ସେ ଥରେ

ଛୋଟ ଲାଗେ ଏ ବିଚିତ୍ର ସଂସାର ,

'ମା' ନଥିଲେ ପାଖରେ ଆମର ସବୁତ 

ଲାଗେ ଯେମିତି ଅସାର ,

'ମା' ବୋଲି ଏ ଗୋଟିଏ ଅକ୍ଷର 

ଦୁନିଆର ସବୁଠୁ ଲାଗେ ମଧୁର ,

'ମା' ର ଆଶିଷ ଥିଲେ ଦୁଃଖ ଛୁଇଁବନି ପାଖ

'ମା' ର ଚରଣ ରେ ଅଛି ସରଗ ଯାକର ସୁଖ ,

ଆକାଶ ରେ ଯେତେଦିନ ସୂର୍ଯ୍ୟ, ଚନ୍ଦ୍ର ଉଇଁଥିବ 

'ମା' ଆମର ପୂଜା ପାଉଥିବ ,

ସ୍ନେହ ମମତା ର ପବିତ୍ର ମନ୍ଦିରେ

ଶୋଭା ପାଏ ତୁମେ ନିତି ,

ମା ପାଦ ପଦ୍ମେ ଭକ୍ତିର କୁସୁମ 

ଅର୍ପଣରେ ଅଛି ଅସଂଖ୍ୟ ଶାନ୍ତି

ମା ତତେ ମୋର କୋଟିଏ ପ୍ରଣାମ 

ରହିଥିବ ଚିରଦିନ ।     


Rate this content
Log in

Similar oriya poem from Tragedy