STORYMIRROR

Partha Sabar

Classics

3  

Partha Sabar

Classics

ମମତା ର ରେଶମୀ ଡୋରି

ମମତା ର ରେଶମୀ ଡୋରି

2 mins
216


ଶ୍ରାବଣ ପୂର୍ଣ୍ଣିମା ଦିବସେ ବଳ ଦେବଙ୍କ ଜନ୍ମ

ଉତ୍କଳ ଭୁଖଣ୍ଡେ ଦିବସ ଗହ୍ମା ପୁନେଇ ନାମ।।


ଜନ୍ମ ଦିବସକୁ ପାଳିଲେ ସୁନା ନାକି ଭଉଣୀ

ସୁବର୍ଣ୍ଣ ସୂତାରେ ବାନ୍ଧିଲେ ବେନି ଭ୍ରାତଙ୍କୁ ପୁଣୀ।।


ଦୈତ୍ୟ ରାଜ ବଳି ନିକଟେ ପ୍ରଭୁ ଶ୍ରୀ ନାରାୟଣ

ଦ୍ଵାରପାଳ ହୋଇ ପ୍ରାସାଦେ କରିଲେ ଅବସ୍ଥାନ।।


ମାତା ମହାଲକ୍ଷ୍ମୀ ବିଷ୍ଣୁଙ୍କୁ  ବୈକୁଣ୍ଠେ ଅବସ୍ଥାନ

ସୂତଳ ଲୋକକୁ ବ୍ରାହ୍ମଣୀ ବେଶେ କଲେ ଗମନ ।।


ଶ୍ରାବଣ ପୂର୍ଣ୍ଣିମା ଦିବସେ  ବଳି ହାତରେ ରାକ୍ଷୀ 

ବାନ୍ଧିଲେ ସମ୍ପର୍କ ଭଗିନୀ ମୁକ୍ତ କରିଲେ ପତି।।


ଭାଇ ପଣେ ବଳି ରାଜନ ଲକ୍ଷ୍ମୀ କଥା ରଖିଲେ

ଲକ୍ଷ୍ମୀ ନାରାୟଣ ବୈକୁଣ୍ଠ ପୁର ଫେରି ଆସିଲେ।।


ବୃତ୍ରାସୁର ମହା ସଂଗ୍ରାମେ ଇନ୍ଦ୍ର ହାତରେ ରାକ୍ଷୀ

ଇନ୍ଦ୍ରାଣୀ ବାନ୍ଧିଲେ ବନ୍ଧନ ଜୟ କାମନା ରଖି।।


କୁନ୍ତୀ ବାନ୍ଧିଥିଲେ କୃଷ୍ଣ ଙ୍କୁ ପାଣ୍ତବ ରକ୍ଷା ପାଇଁ

କୌରବ କ୍ରୋଧରୁ ରଖିଲେ ପରମ ଭାବଗ୍ରାହୀ।।


ଗୋପୀ ନାରୀ ପୁଣି ବାନ୍ଧିଲେ ଗୋପ ସୁରକ୍ଷା ପାଇଁ

ବିପଦ ଆପଦ ଦୁଃଖରେ ସଦା ଥିବେ ଅନାଇ।।


ଶିଶୁପାଳ ବଧ ସମୟେ କୃଷ୍ଣ ଅଙ୍ଗୁଳି କ୍ଷତ

ବୋହିଲା ରୁଧିର ଅଙ୍ଗରୁ ହେଲା ଅନବରତ।।


ଦ୍ରୌପଦୀ ବାନ୍ଧିଲେ ଅଙ୍ଗୁଳି ପିନ୍ଧା ବସନ ଚିରି

ଶ୍ରାବିତ ରକତ ରହିଲା ଭଗ୍ନୀ ସ୍ନେହରେ ହରି।।


କୌରବ ସଭାରେ ପାଞ୍ଚାଳୀ ବିବାସନର କାଳେ

କୋଟି ବସ୍ତ୍ର ଦାନ କରିଣ କୃଷ୍ଣ ମାନ ରଖିଲେ।।


ଇତିହାସେ ପୁଣି ରହିଛି ସାକ୍ଷୀ ରକ୍ଷା ବନ୍ଧନ

ରାଜ୍ୟ ଜୟ ଲାଭ ନିମନ୍ତେ ଆଲେକଜାଣ୍ଡରାଗମ ।।


ପୁରୁ ରାଜ୍ୟ ରାଜା ପୁରୁଙ୍କ ହୋଇଲେ ସମ୍ମୁଖୀନ

ସମରେ ଆଲେକଜାଣ୍ଡାର କଲେ ପରାବରଣ।।


ଆଲେଜାଣ୍ଡାର ରମଣୀ ରାକ୍ଷୀ କଲେ ପ୍ରେରଣ

ଭଉଣୀ ଭାବରେ ରାଜନ ପୁରୁ କଲେ ଗ୍ରହଣ।।


ଚିତୋର ରାଣୀ କର୍ଣ୍ଣବତି ରାଷ୍ଟ୍ର ସୁରକ୍ଷା ପାଇଁ

ହୁମାୟୁନ ପାସେ ପ୍ରେରିଲେ ରାକ୍ଷୀ ସ୍ନେହରେ ନେଇ।।


ସ୍ନେହର ବନ୍ଧନେ ଜଡ଼ିତ ସଦା ଭାଇ ଭଉଣୀ

ଶରୀର ଦୁଇଟି ହେଲେହେଁ ଆତ୍ମା ଗୋଟିଏ ପୁଣି।।


ଭାଇ ଭଗ୍ନୀ ପ୍ରେମ ଅତୁଟ ଭାବ ବନ୍ଧନ ସଦା

ଭାବ ହୃଦ ସାଥେ ହୃଦୟ ସୂତା ଖିଅରେ ବନ୍ଧା।।


ଭଉଣୀ ସୁରକ୍ଷା ନିମନ୍ତେ ଭାଇ ସଦା ତତ୍ପର

ଆପଦେ ବିପଦେ ସମ୍ପଦେ ସାଥେ ଥାଏ ତାହାର।।


ଗଙ୍ଗା ଜଳ ସମ ପବିତ୍ର ଭାଇ ଭଉଣୀ ପ୍ରେମ

ଭଗ୍ନୀ ପାଇଁ ସାଜେ ଶକତି ପୁଣ୍ୟ ରକ୍ଷା ବନ୍ଧନ।।


ପବିତ୍ର ମମତା ବନ୍ଧନ ସ୍ନେହର ପ୍ରତିଦାନ

ସୁଖ ଦୁଃଖ ସର୍ବ କାଳରେ ଭାଇ ରଖଇ ମାନ।।


ଭାଇ ହସ୍ତେ ରାକ୍ଷୀ ବାନ୍ଧଇ ସାକ୍ଷୀ ଚକାନୟନ

ସୁଭଦ୍ରା ଭଗିନୀ ସଙ୍ଗତେ ବିଜେ ସେ ବଳରାମ।।


ଶୁଭାଶିଷ ଦେଇ ଚନ୍ଦନ ଦିଏ କପାଳେ ଲେଖି

ଧୂପ ଦୀପ ଜାଲେ ଠାକୁର ଭକ୍ତି ଭାବ ସମର୍ପି।।


ଭାଇ ଭଉଣୀର ସମ୍ପର୍କ ଅଟେ ଅମୂଲ ମୂଲ

ଅତୁଲ୍ୟ ଐଶ୍ୱର୍ୟ୍ଯ ବିଭବ ସମ ନୁହେଁ ତା ' ତୁଲ୍ୟ।।


ଭାଇ ଭଉଣୀଙ୍କ ସ୍ନେହରୁ ସ୍ନେହ ଜଗତେ ନାହିଁ

ଘୋଷ ଯାତ୍ରା କାଳେ ବାରତା ଦିଏ ଜଗତ ସାଇଁ।।




Rate this content
Log in

Similar oriya poem from Classics