STORYMIRROR

Niranjan Mishra

Romance

4  

Niranjan Mishra

Romance

ମଳୟ ପରଶେ ବସନ୍ତ ଛିଟା

ମଳୟ ପରଶେ ବସନ୍ତ ଛିଟା

1 min
297

ଫଗୁଣ ଆସିଲା ମଳୟ ପରଶେ

ପଡିଲା ବସନ୍ତ ଛିଟା 

ଚୂତ ଡାଳେ ବସି ବଉଳ ଉପରେ

କୁହୁ କରେ କୋଇଲିଟା ।


ଗାଉଛି ସେ ଗୀତ ବସନ୍ତ ରାଜନ

ଆସିଲେଣି ସଜ ହୋଇ

ତୋରଣ ଲମ୍ବିଛି ବୃକ୍ଷରାଜିଙ୍କର

ନବ ପଲ୍ଲବିିତ ହୋଇ ।


ଜାଇ ଯୂଇ ମଲ୍ଲୀ ମାଧବୀ ମାଳତୀ

ଟଗର ଗୋଲାପ ଫୁଲ 

ଜାତି ଜାତି ଫୁଲ ଫୁଟି ଉଠିଛନ୍ତି

ରୂପ ତ ଅମୂଲ ମୂଲ ।


କୃଷ୍ଣଚୂଡା ହସେ ନାଲି ନାଲି ଦିଶେ

ରଜନୀଗନ୍ଧା ଧବଳ

ହଳଦିଆ ରଙ୍ଗ ଗେଣ୍ଡୁ ସୂର୍ଯ୍ୟମୁଖୀ

ରକତ ରଙ୍ଗ ମନ୍ଦାର ।


ଅପରାଜିତା ଧରିଛି କୃଷ୍ଣ ରଙ୍ଗ

ରାଧା ରୂପ ଅବା କିଏ 

କରିଛି ଧାରଣ ଅପରୂପ ରୂପ

ନବ ବସନ୍ତରେ ଇଏ ।


ଗୁଣୁ ଗୁଣୁ ହୋଇ ଭ୍ରମନ୍ତି ଭ୍ରମରେ

ଫୁଲରୁ ଫୁଲକୁ ଯାଇ 

ମଧୁକର ମଧୁ କରେ ଆହରଣ

ମଧୁଗୁଞ୍ଜନ କରଇ ।


ମୃଦୁ ମଳୟରେ ମନ ହୁଏ ତୋଷ

ଆସୁୁଛି ଦୋଳ ଯାତରା 

ରଙ୍ଗ ବୁଣିଦେବ ହୋଲି ଆସରରେ

ହସିବ ରାଇଜ ସାରା ।


ବସନ୍ତ ରାସର ହୁଏ ସମାଗମ

ଖେଳି ରଙ୍ଗ ପିଚକାରୀ 

ଆନନ୍ଦ ମଗନ ହୁଅନ୍ତି ସଭିଏଁ

ବରଷକେ ଥରେ ହୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance