STORYMIRROR

Purna chandra Rana

Romance

3  

Purna chandra Rana

Romance

ମଲ୍ଲି ଗଜରା

ମଲ୍ଲି ଗଜରା

1 min
322

କହି ଆସିଛି ମୁଁ ବଗିଚା ମାଳିକୁ

ଦେଇଛି ବଇନା ଅଙ୍ଗୁଳି ମୁଦି, 

ମଲ୍ଲୀ ଫୁଲେ ମାଳି କରିବୁ ଗଜରା

ତା ସଙ୍ଗରେ ଦବୁ ଗୋଲାପ ଖଞ୍ଜି l ୧

ନଦୀ ଆରପାଖେ ବାସ କରେ ମୁହିଁ 

ରାଜ ଉଆସରୁ ଟିକିଏ ଦୂର, 

ପହଞ୍ଚାଇ ଦବୁ ମୋ ଘରେ ଗଜରା

ଅପେକ୍ଷାରେ ଥିବ ପ୍ରିୟା ମୋହର l ୨

ସଜ ମଲ୍ଲୀରେ ତୁ କରିବୁ ଗଜରା

ବାସ ଛୁଟୁଥିବ ପ୍ରିୟା ସାଥିରେ 

ପ୍ରିୟା ଚାଲୁଥିଲେ ଘର ଅଗଣାରେ 

ଘର ମହକିବ ମଲ୍ଲୀ ବାସରେ l ୩

ଘର ଏରୁଣ୍ଡିରେ ବସିଥିବି ଚାହିଁ

ଜାଣିଥାରେ ମାଳି ତୋହରି ପଥ, 

ଗଜରାକୁ ତୁହି ଆଣିବୁ ଜତନେ 

ପ୍ରିୟା ମନ ଜାଣି କହୁଛି ସତ l ୪

ମାଳି ହସି ହସି କହିଲା ଯେ ମତେ

କରିବି ସୁନ୍ଦର ମଲ୍ଲୀ ଗଜରା, 

ଲଗାଇବି ମୁହିଁ ନାଲିଆ ଗୋଲାପ 

ଲାଜେଇବ ଦେଖି ଚାନ୍ଦିନି ପରା l୫

ଆସିଲି ମୁଁ ଫେରି ଘରକୁ ମୋହର 

ପ୍ରିୟା ଚାହିଁଥିଲା ମୋହରି ପଥ, 

ପ୍ରିୟା କାନେ ମୁହିଁ କହିଲି ଯେ ଧିରେ 

ଜାଣିଛ କି ପ୍ରିୟେ ଗୋଟିଏ ସତ l୬

କୁହ ପ୍ରିୟତମା କି ସତ ଆଣିଛ

ତମ ମନଲାଖି ଏ ପ୍ରିୟା ପାଇଁ, 

କହିଲି ପ୍ରିୟାକୁ ବଇନା ଦେଇଛି

ବଗିଚା ମାଳିକୁ ଗଜରା ପାଇଁ l୭

ଦ୍ବିତୀୟ ଦିବସେ ହସ୍ତେ ଧରି ମାଳି 

ଆଣିଛି ଗଜରା ଜତନ କରି, 

ମାଳିଠୁ ଗଜରା ଆଣିଲି ଯତନେ

କେତେ ଖୁସି ସତେ ମନେ ମୋହରି l ୮

ପୂର୍ଣ୍ଣିମା ରଜନୀ ମାଡି ଆସୁଥିଲା

ବାନ୍ଧିଲି ଗଜରା ପ୍ରିୟା ଗଭାରେ, 

ପ୍ରିୟାର ସୌନ୍ଦର୍ଯ୍ୟ ବଢିଗଲା କେତେ

ସୁନ୍ଦର ଲାଗିଲା ମଲ୍ଲୀ ଶୋଭାରେ । ୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance