STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ମଲାଟ

ମଲାଟ

1 min
85

ରଙ୍ଗୀନ୍ ଜରିର ବର୍ଣ୍ଣାଢ୍ୟ ଆବରଣ

ଝକ୍ ମକ୍ ପ୍ରସାଧନର ପ୍ରଲେପ

ତଳେ କିମ୍ଭୁତ କିମ୍ଭାକାର ସ୍ବରୂପ

ମଖମଲି ମୁଲାୟମ ତ୍ବଚାର ଶିକୁଳିରେ

ହାଡ ମାଂସ ରକ୍ତ ମେଦର ପିଣ୍ଡୁଳା

ଯହିଁ ଅଗଣିତ କୋଷିକାର ମେଳା

ଆବଦ୍ଧ ମୋର ପ୍ରାଣ ପକ୍ଷୀ ତହିଁରେ!! 

ସ୍ବକୀୟ ପରିଚୟହୀନ କ୍ରୀଡ଼ନକ

ଅମେରୁଦଣ୍ଡୀ ପରଜୀବି ମଣିଷ

ବାହାରକୁ ବେଶ୍ ମାର୍ଜିତ ସମ୍ଭ୍ରାନ୍ତ

ଶୁଭ୍ର ସଫେଦ୍ ପରିଚ୍ଛଦ ପରିପାଟି

ମନଲୋଭା ଚିତ୍ତାକର୍ଷକ ପ୍ରଚ୍ଛଦପଟ୍ଟ

ଝଲସି ଉଠେ ବିପଣୀର ଝଲମଲ

ଚିକ୍ ମିକ୍ ମାୟାବୀ ଆଲୁଅରେ!! 

ଯେବେ ଯେବେ ଉତରି ଯାଏ

ମୋହର ଏଇ ରଙ୍ଗୀନ୍ ମଲାଟ

କୁତ୍ସିତ କଦାକାର ଅଥଚ

ପ୍ରକୃତ ସ୍ବରୂପ ହୁଅଇ ପ୍ରକଟ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics