ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ସୁରୁଜ ଚାଲିଲେ ଉତ୍ତରାୟଣକୁ
ଶନି ଆସିଲେ ଘରକୁ,
ବସନ୍ତର ଆଗମନୀ ବାର୍ତ୍ତା ନେଇ
ଆସଜ ମକର ସମାଜକୁ।
ଭାରତରେ ବିଭିନ୍ନ ନାମେ, ମକର
ପରମ୍ପରା ହୁଅଇ ପାଳିତ
ଦକ୍ଷିଣ ଭାରତରେ ମୁଖ୍ୟ ପର୍ବ ଇଏ
ପୋଙ୍ଗଲ ନାମେ ନାମିତ ।
ଗୁଡି ଉଡାଇବା ପର୍ବରେ ଜାଗେ
ପ୍ରତିଯୋଗିତାର ଭାବ,
ମକର ଯାତରା ଲାଗେ ବାରଦିନ
ଭୁଲନ୍ତି ସର୍ବେ ଅଭାବ।
ଗୁଣ୍ଡ ଗୋଲ ମରିଚ ଅରୁଆ ଚାଉଳ ସାଥେ
ଗୁଡ଼ ପାଚଲା କଦଳୀ କ୍ଷୀର,
ନଡ଼ିଆ କୋରର ଛେନା ଗୁଜରାତି ଗୁଣ୍ଡ,
ଆଖୁ ଡାଳିମ୍ବ ଘିଅ ସର l
ମକର ଦିନରେ ଖିରୀ ପିଠା ସହ ଖେଚୁଡ଼ି
ହୁଏତ ଭୋଗ,
ନୂଆ ପୋଷାକରେ ଗୁଡ଼ି ଉଡ଼ାଇ ଦୂର
କରୁ ମନେ ରାଗ l
ତେର ପରବରୁ ମକର ପରମ୍ପରା ସଂସ୍କୃତି
ଅଟେ ଭାରି ନିଆରା
ଏହି ଭାବନାରେ ସୃଷ୍ଟି ହୁଏ ସମାଜେ
ସମଭାବ ଭାଇଚାରା ।
କଥା ଅଛି ଗଙ୍ଗାରେ ବୁଡ଼ ଦେଲେ ମିଳେ
କୋଟି ତୀର୍ଥ ପୁଣ୍ୟଫଳ,
ତେଣୁ ମକର ଦିନ ପ୍ରଭାତରେ ବୁଡ଼
ଦିଅନ୍ତି ହିନ୍ଦୁ ସକଳ।
ଆଦିବାସୀ ଭାଇ ଏକତ୍ର ଏହି ଦିନ
"ଟୁସୁ" ପର୍ବକୁ ପାଳନ୍ତି
ନାଚଗୀତ ଗାଇ ଭୋଜିଭାତ ଖାଇ ମହା
ଆନନ୍ଦେ ନାଚନ୍ତି।
ମକର ଚାଉଳ ପରସ୍ପରେ ଖୋଇ
ଗଢା ହୁଏ ଦୃଢ଼ ବନ୍ଧୁତ୍ବ ସମ୍ପର୍କ
ମକର ବୋଲିଣ ପରସ୍ପର ଡାକି
କେହି କାହାର ନାମ ଧରନ୍ତିନି ଲୋକ ।
ମହମହ ବାସ ମକର ଚାଉଳ ଗହ ଗହ
ନାଦ ହୁଏ ଖୋଲା ପଡିଆରେ,
ମାମୁଁଘର ଭାର ଚୁଡ଼ା ଓ ଉଖୁଡ଼ା ଭାରି
ବଢିଆ ଖାଇବାକୁ ଲାଗେରେ ।
ମକର, ଗୁଡି ଉଡା ପର୍ବ ନାମରେ
ପରିଚିତ ସଂସ୍କୃତିର
କେଡେ ମହାନ୍ ଜାତି, ଧର୍ମ, ବର୍ଣ୍ଣ
ନଥାଏ ବାଛି ବିଚାର ।
ଆଜି ମକର ସଂକ୍ରାନ୍ତି ଆନନ୍ଦେ ପାଳିବା
ମକର ସ୍ୱାଦରେ ବୁଡି,
ନୂଆ ଭାଷା ଭାବ ଚିନ୍ତା ଚେତନାକୁ ଶାନ୍ତି
ସମ୍ପର୍କରେ ଦେବା ଯୋଡି ।
