STORYMIRROR

Arendra Kumar

Romance Others

4  

Arendra Kumar

Romance Others

ମିଠା ସପନଜ଼

ମିଠା ସପନଜ଼

1 min
364

କଥା ଦେଇଥିଲି ମୋ ପ୍ରିୟାକୁ ଦିନେ

ଦେବି ତା ହାତରେ ପୁନେଇ ଜହ୍ନ 

ସେଥିପାଇଁ ନଭୁ ଜହ୍ନ ମୁଁ ତୋଳିଛି

ଖୁସି କରିବାକୁ ମୋ ପ୍ରିୟା ମନ । ....(୧)

ମୋ ହାତରେ ଜହ୍ନ ଦେଖିଦେଲାପରେ 

ବିସ୍ମୟେ ଭରା ମୋ ପ୍ରିୟା ନୟନ

ପଚାରୁଚି ମୋତେ ଦୂର ଆକାଶରୁ 

କେମିତି ତୋଳିଲ ପୁନେଇ ଜହ୍ନ ।......(୨)

ଆଖି ସାଥେ ଆଖି ମିଶେଇ ପଗେଳି

ଗୋପନରେ କରେ ପ୍ରୀତି ବଚନ 

ମନ ସାଥେ ମନ ଛନ୍ଦିଦେଇ ପ୍ରିୟା 

ହାତ ପାରେ ଧୀରେ ନେବାକୁ ଜହ୍ନ ।.......(୩)

କଥା ଦେଇ କଥା ରଖିଛି ମୁଁ ଆଜି 

ପ୍ରିୟା ହାତେ ଦେଇ ପୁନେଇ ଜହ୍ନ 

ଜହ୍ନ ଦଉ ଦଉ ସକାଳୁ ସକାଳୁ 

ଭାଙ୍ଗିଗଲା ମୋର ମିଠା ସପନ ।.......(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance