STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମିଠା ମିଠା କଥା

ମିଠା ମିଠା କଥା

1 min
180


ଧରଣୀଧରଙ୍କ ଆଖୁବାଡି ଚାଷ

ସଘନ ରସ ମଧୁର

ରଖିବାନି ଶୁଷ୍କ ସଲୀଳ ସେଚନ

କରୁଥିବା ନିରନ୍ତର ।

ଜିତିଥିଲେ ଗଡ଼ ବଚନ ମଧୁରେ

ଆମ ପ୍ରିୟ ବ୍ୟାସକବି

ହୃଦୟକୁ ଜିଣେ ମିଠା ମିଠା କଥା

ହାରିଯାଏ ପ୍ରତିଦ୍ୱନ୍ଦୀ ।

ବିନୟ ମଧୁର ସତ୍ୟ ବଚନରେ

ନିହିତ ଶକ୍ତି ସମ୍ଭାର

ଅଭ୍ୟାସ ବଳରେ ହୁଅଇ ଆୟତ୍ତ

ସଂସାରେ ମିଳେ ଆଦର ।

ପ୍ରତ୍ୟୁତ୍ପନ ବୁଦ୍ଧି ବ୍ୟବହାର ଜ୍ଞାନ

ଭାଷା ପ୍ରୟୋଗେ ସଂଯମ

ଧୈର୍ଯ୍ୟଶୀଳ ହୋଇ ଶୁଣିବା କହିବା

ଅଟେ ସଂସ୍କାର ନିୟମ ।

ଦୁର୍ଜନ ଦୁର୍ବଳ କ୍ରୋଧ ଅହଙ୍କାରେ

କରେ ଗାଳି ରାଗ ହିଂସା

ସୁଶୀଳ ସୁଜନ ସର୍ବଦା ସଂଯମେ

କହେ ମିଠା ମିଠା କଥା ।

  


Rate this content
Log in

Similar oriya poem from Inspirational