STORYMIRROR

Amit Bal

Drama Romance

3  

Amit Bal

Drama Romance

ମିଠା ଦୂର୍ଘଟଣା

ମିଠା ଦୂର୍ଘଟଣା

1 min
223

ମନେପଡେ ଆଶ୍ଵିନର ସେ ଜାଡଭରା ସଞ୍ଜ

      ଆଖିରେ ତମ ଭରି ଥିଲା ଅଳ୍ପ ଅଳ୍ପ ଲାଜ,


ବାଟ ଚାଲୁଥିଲ ତମେ 

            ନୂପୁରର ରୁଣୁଝୁଣୁ ଛନ୍ଦରେ,

ତମ ସାଥେ ଭେଟ ହେଲା 

     ଘଟି ଗଲା ମିଠା ଦୂର୍ଘଟଣା

                ହୃଦୟର ନିଳୟରେ ....


ମେଘ ମହ୍ଲାର ସ୍ବର ତୋଳିଲା

      ମୋ ମନ ବୀଣା

          ଦେଖୁ ଦେଖୁ ପ୍ରୀତି ଉପବନେ ,

ତମ ସ୍ମୃତିକୁ ସଜାଇ ରଖିଲି

       ମନର ମନ୍ଦିରେ

           ଜୀବନ ଠାରୁ ବି ବେଶୀ ଯତନେ ....


ତମେ କିନ୍ତୁ ହଜିଗଲ 

           ଶୀତ ସକାଳର କୁହୁଡି ପରି

ସମୟର ରାଜ ରାସ୍ତାରେ

           ହୃଦୟକୁ ମୋ ହତା ହତ କରି ....


ଏ କେମିତିକା ଥିଲା ଦୂର୍ଘଟଣା ମନ ମସ୍ତିଷ୍କରେ ,

          ଯୋଗା ଯୋଗ ଛିନ୍ନ ହୋଇଗଲା ମୋ

                    ସାରା ଦୁନିଆରୁ,

ଆଜି ଯାଏ ପାରିଲିନି ନିଜକୁ ମୁଁ ଭଲ କରି ସତରେ 

            ତମ ସେଇ ପ୍ରେମ ତରଙ୍ଗର

                      ସୂକ୍ଷ୍ମ ଆଘାତରୁ ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama