STORYMIRROR

Satyabati Swain

Tragedy

4  

Satyabati Swain

Tragedy

ମଇତ୍ର

ମଇତ୍ର

1 min
569

ଅହଂକାର

ଏବଂ 

ଅପାରଗତା

ଯେତେବେଳେ ଏକ ସଙ୍ଗେ ମଇତ୍ର ହୁଅନ୍ତି

ସେତେବେଳେ

ବୁଦ୍ଧି

ବିବେକ

ବିଚାର

ବ୍ୟବହାର

ସମାଧି ନିଅନ୍ତି।


ମିଛ ହାତରେ ଚାବୁକ୍

ଦୁଷ୍କର୍ମ ଅଭୟାରଣ୍ୟରେ

ଯେତେବେଳେ

ବାଘ ମାତନ୍ତି

ମାନବୀୟ ଗୁଣାବଳୀ

ଆତ୍ମରକ୍ଷା ପାଇଁ

ଶବ ମାନେ

ଜାବୋଡି ଧରନ୍ତି

ଶିବ ମାନଙ୍କ ପାଦ।


ସ୍ଵାର୍ଥ ବାହା ମେଲାଇ

ଜିଭ ଲହ ଲହ କରି

ଚଣ୍ଡି ପରି ବୁଲେ

ହିଂସା ସାମ୍ରାଜ୍ୟ ବିସ୍ତାର କରେ

ଶୋଷ ଖାଲି ଶୋଷ

ନାଲି ପାଣି

ଆହୁରି କରାଏ ତୃଷାର୍ତ୍ତ

ନର୍ଦ୍ଦମା ପାଣି ପିଇଯାଏ

ନିଜକୁ ଆବିଷ୍କାର କରେ

ଅଳିଆ ଗଦାରୁ

ଶ୍ରେଷ୍ଠ ଜୀଵ ମଣିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy