ମିତା
ମିତା
ଭରିଦିଅ ମୋ ଜୀବନରେ ସ୍ୱର୍ଗୀୟ ସୁଖର ତାଜମହଲ
ପୂର୍ଣ୍ଣଚ୍ଛେଦ ଟାଣ- ଦାମ୍ପତ୍ୟ ଜୀବନର ସମସ୍ତ ମାନ
ଅଭିମାନର
ଭୁଲ ବୁଝାମଣାରେ- ଗାଳି ଗୁଲଜରେ
ବନ୍ଦ କର ସକଳ କ୍ଷୋଭ, ଗ୍ଳାନି, ଛଳନା ଓ ଅବଶୋଷ
କୌମୁଦି ସୌରଭ ଭର ଆତ୍ମିକ ପ୍ରେମର
ଆଲୋଡନରେ
ଛିଡିଯାଉ ବିଦ୍ୱେଷ, ସଂକୀର୍ଣ୍ଣ ସ୍ଵାର୍ଥ, ପରଶ୍ରୀକାତରତାର
ପୁଂଖଳ
ଏକ ମହାଜାଗତିକ ଚିନ୍ତା ଓ ଚେତନାରେ
ସମୀତ୍ୟଭରା ଆମ ବିବାହିତ ଜୀବନ
ଇଙ୍ଘିଯାଉ ଉଦ୍ଭଗ ମହେନ୍ଦ୍ର- ମହୋଦଧୀ ଓ ମହାପ୍ରାଚୀର
ଚିର ସ୍ୱାଧୀନତାର ଶେଷ ସ୍ପର୍ଶରେ ଝକତ ହେଉ ଆମ
ଜୀବନଯାତ୍ରା
ଯେଉଁ ପରି ଏକ ଯୁଗପୁରୁଷକ ଧରାବତରଣରେ
ସମାଜରେ ଆସେ ଏକ ବୈପ୍ଳବିକ ପରିବର୍ତ୍ତନ
ସମୃଦ୍ଧି, ପ୍ରଗତି ଓ ବିକାଶର ଜୟଯାତ୍ରାରେ ଦୂରେଇଯାଏ
ସମସ୍ତ ବୈଷମ୍ୟ ବିଭେଦ
ଯାବତୀୟ ମୌଳବାଦୀ, ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀ
ଉଦଗୀରଣ ହୁଏ ନିର୍ବାପିତ
ଶ୍ରେଣୀ ବୈଷମ୍ୟଭରା ପ୍ରଦୂଷିତ ସାମାଜିକ ବ୍ୟବସ୍ଥାର ସ୍ଵପ୍ନ
ହୁଏ ସୁଦୂର ପରାହତ
ଏକ ଅନ୍ୟତ ଆରମ୍ଭର ଦୃଢ଼ ସଙ୍କଳ୍ପରେ
ମାନବ ସମାଜ ହୁଏ ଉଦଜୀବିତ
ଅତିମାନସ ସ୍ତରୀୟ ଚେତନାରେ ପ୍ରଭାବିତ
ସାଧାରଣ ମଣିଷ ଗାଏ ମୁକ୍ତିର ସୁନୀଳ ସଙ୍ଗୀତ
ସଚେତନ, ସ୍ଵାଧୀନ, ସାର୍ବଭୌମ ଗଣତାନ୍ତ୍ରିକ
ରାଷ୍ଟ୍ରନୀତିର
ଶାନ୍ତିଭରା ସନ୍ଦେଶରେ ସସାଗରା ଧରା ହୁଏ ପ୍ରକମ୍ପିତ
ରାଜନୀତି, କୂଟନୀତି, ସଂସ୍କୃତି, ବିଚାର ବ୍ୟବସ୍ଥା ହୁଏ।
ଦୁର୍ନୀତି ମୁକ୍ତ
ସର୍ବୋପରି: ସୁଅ ମୁହଁର କାଗଜଗାର ଶୋକରେ
ମିତା ଲାଭ କରେ ଏକ ପୃଥକ୍ ପରିଭାଷା
ତା ସହିତ କାବ୍ୟିକ ଚେତନାର ଉନ୍ମେଷ ଓ ଉତ୍ତରରେ
ତାର ଭବିଷ୍ୟତ ହୁଏ ରୁଦ୍ଧିମନ୍ତ ।

