STORYMIRROR

Sunanda Mohanty

Action Inspirational Others

4  

Sunanda Mohanty

Action Inspirational Others

ମିତ

ମିତ

1 min
194

ମିତ ମୋର ଶୀତ ପରି 

ସେ ମୋ ଲୁହର ସାଏରୀ 

ମିତ ଥିଲେ ଗାଏ ଗୀତ 

ଖୁସିର ଆସେ ଲହରୀ 

ମିତ ଋଷିଲେ ମେଘ ମହକରେ 

ଶୁଭେନା ମଳୟ ଗୀତ 

ମିତ ହସିଦେଲେ ଫୁଟୁଥାଏ ହସ 

ଚଉପଦୀ ଛୁଟୁଥାଏ ସେତ 

ମିତ ମୋ ଆକାଶ ପକ୍ଷୀ 

ସ୍ୱପନେ ମୁଁ ତାକୁ ଦେଖି 

କେବେ ଭାବେ ନିଳାମ୍ବୁ ଚିଲିକା 

କେବେ ଭାବେ ସାଇବେରିଆ ପକ୍ଷୀ 

ମିତ ଦିଏନାହିଁ ଦହନ କେବେ ବି 

ସବୁବେଳେ ଜହ୍ନରାତି ସେତ 

ଅମାବାସ୍ୟା ଯାଏ ଦୁରେଇ ଆକାଶୁ

ବାଜେ ଅଧୁରା ମେଘର ଗୀତ 

ମିତକୁ ଭୁଲିବା କଳ୍ପନା କେବେ 

ଆସିଗଲେ ଓଦା ହୁଏ ଆଖିପତା 

ଯେବେବି ମନକୁ ଆସିଛି ଏସବୁ 

ହୃଦୟେ ନୀରବତା ସମର୍ପିତା 

ମିତ ହସିଦେଲେ ଭାବରେ ଭାବେ ମୁଁ 

ଆସିଛି ପରା ଭାଦ୍ରବ 

ମେଘ ନଥାଇ ବି ମୋ ଆକାଶ ସାରା ମେଘ 

ମିତ ଯଦି ଯାଏ ଦୁରେଇ 

ମନ ଟା ଆମର ଏକ 

ସ୍ମୁତି ମୋହର ଶିଳାଲିପି ହେଲେ 

ମିତ ମୋର ସ୍ମୃତିର କୋଣାରକ 

ମିତ କରେ ଇଚ୍ଛା ଇଶ୍ଵରୀ ପରି 

ଶୁଣାନ୍ତା ପ୍ରୀତିର କାବ୍ୟ 

ମିତ ମୋର ଏକ ସାନ୍ତ୍ୱନା ଗିତୀ 

ବେଦନାସିକ୍ତ ବିରହ ଉପଭୋଗ୍ୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action