ମିତ
ମିତ
ମିତ ମୋର ଶୀତ ପରି
ସେ ମୋ ଲୁହର ସାଏରୀ
ମିତ ଥିଲେ ଗାଏ ଗୀତ
ଖୁସିର ଆସେ ଲହରୀ
ମିତ ଋଷିଲେ ମେଘ ମହକରେ
ଶୁଭେନା ମଳୟ ଗୀତ
ମିତ ହସିଦେଲେ ଫୁଟୁଥାଏ ହସ
ଚଉପଦୀ ଛୁଟୁଥାଏ ସେତ
ମିତ ମୋ ଆକାଶ ପକ୍ଷୀ
ସ୍ୱପନେ ମୁଁ ତାକୁ ଦେଖି
କେବେ ଭାବେ ନିଳାମ୍ବୁ ଚିଲିକା
କେବେ ଭାବେ ସାଇବେରିଆ ପକ୍ଷୀ
ମିତ ଦିଏନାହିଁ ଦହନ କେବେ ବି
ସବୁବେଳେ ଜହ୍ନରାତି ସେତ
ଅମାବାସ୍ୟା ଯାଏ ଦୁରେଇ ଆକାଶୁ
ବାଜେ ଅଧୁରା ମେଘର ଗୀତ
ମିତକୁ ଭୁଲିବା କଳ୍ପନା କେବେ
ଆସିଗଲେ ଓଦା ହୁଏ ଆଖିପତା
ଯେବେବି ମନକୁ ଆସିଛି ଏସବୁ
ହୃଦୟେ ନୀରବତା ସମର୍ପିତା
ମିତ ହସିଦେଲେ ଭାବରେ ଭାବେ ମୁଁ
ଆସିଛି ପରା ଭାଦ୍ରବ
ମେଘ ନଥାଇ ବି ମୋ ଆକାଶ ସାରା ମେଘ
ମିତ ଯଦି ଯାଏ ଦୁରେଇ
ମନ ଟା ଆମର ଏକ
ସ୍ମୁତି ମୋହର ଶିଳାଲିପି ହେଲେ
ମିତ ମୋର ସ୍ମୃତିର କୋଣାରକ
ମିତ କରେ ଇଚ୍ଛା ଇଶ୍ଵରୀ ପରି
ଶୁଣାନ୍ତା ପ୍ରୀତିର କାବ୍ୟ
ମିତ ମୋର ଏକ ସାନ୍ତ୍ୱନା ଗିତୀ
ବେଦନାସିକ୍ତ ବିରହ ଉପଭୋଗ୍ୟ l