STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ମିଶୁ ମୋର ଦେହ ଏ ଦେଶ ମାଟିରେ

ମିଶୁ ମୋର ଦେହ ଏ ଦେଶ ମାଟିରେ

1 min
519

ମିଶୁ ମୋର ଦେହ

ଏ ଦେଶ ମାଟିରେ

ସମାଜେ ସଭିଏଁ

ରୁହନ୍ତୁ ଖୁସିରେ

ନୀଚ ଭାବ ନୀଚ ଜାତି ଭାବନା

ପୋଡିଯାଉ ସବୁ ମିଛ ବାହାନା

ସୁନା ମନ ସୁନା ସପନ ନେଇ

ଜିଇଁବା ସଭିଙ୍କୁ ନିଜର କରି

ରାଗ, ରୋଷ, ହିଂସା, ଛଳନା

ମାଟି ମିଶି ସବୁ ହେଇଯାଉ ଚୁନା

ସୁଖ, ଶାନ୍ତି, ପ୍ରେମ, ସରାଗ ନେଇ

ଗଢିବା ଦେଶକୁ ନୁଆଁ ସପନ ଦେଖି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract